ଅନୁଗୁଳ – ଅନୁଗୁଳ ଜିଲ୍ଲା ଶାକସିହାଁ ଗାଁରେ ଆଜି ପାରିବାରିକ କଳହରୁ ଆଜି ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ସୂଚନା ଅନୁସାରେ ଗାଁର ତପସ୍ଵିନୀ ବେହେରା ନାମକ ଜଣେ ମହିଳା ପାରିବାରିବା କଳହରୁ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ମହିଳାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଅନୁଗୁଳ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
What’s your Reaction?
+1
+1
+1
+1
+1
+1
+1