ଆଠମଲ୍ଲିକ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟି ଯାଇଛି । ନିଜ ସ୍ତ୍ରୀ ସମ୍ମୁଖରେ ଜଣେ ବ୍ୟକ୍ତି ତାର ସମ୍ପର୍କୀୟ ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ବାରଣ କରିବାରୁ ସ୍ତ୍ରୀକୁ ନିର୍ଧୁମ ବଡେଇ ଥିବା ଜଣା ପଡିଛି । ସ୍ୱମୀ ପ୍ରକାଶ ମୁଣ୍ଡା । ଆଠମଲ୍ଲିକ N A C ଅନ୍ତର୍ଗତ ଫକୀରପୋଡା ଜଙ୍ଗଲରେ ଏହି ଘଟଣା ଘଟିଛି । ଆଠମଲ୍ଲିକ ଥାନା ହରିହରପୁର ଗ୍ରାମର ପ୍ରକାଶ ମୁଣ୍ଡା ନାମକ ଜଣେ ବ୍ୟକ୍ତିନାକ ଗତ ବର୍ଷ ଘର ପୋଡିଯିବାରୁ ଆଠମଲ୍ଲିକ NAC ଅଞ୍ଚଳର ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଇଥିଲେ । ପରେ କିଛି ମାସ ପରେ ପ୍ରକାଶ ମୁଣ୍ଡା ନିଜ ଗାଁ ହରିହରପୁରକୁ ଫେରି ଯାଇଥିଲା । ହେଲେ ଏହାରି ଭିତରେ ଉଭୟ ପରିବାର ସମ୍ପର୍କ ବଢି ଯାଇଥିଲା । ତେବେ ଗତ ଶୁକ୍ରବାର ଆଶ୍ରୟ ଦେଇଥିବା ମହିଳାଙ୍କ ନାବାଳିକା ଝିଅ , ପ୍ରକାଶ ମୁଣ୍ଡାଙ୍କ ଘରକୁ ବୁଲି ଯାଇଥିଲେ । ପରେ ପ୍ରକାଶ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଉକ୍ତ ନାବାଳିକାଙ୍କୁ ଆଠମଲ୍ଲିକ ଛାଡିବାକୁ ଆସୁଥିଲେ । ବାଟରେ ଫକୀରପୋଡା ଜଙ୍ଗଲରେ ପ୍ରକାଶ ନିଜ ସ୍ତ୍ରୀ ସମ୍ମୁଖରେ ପିଡିତାକୁ ଜଙ୍ଗଲ ଭିତରକୁ ନେଇ ଯାଇ ଦୁଷ୍କର୍ମ କରିଥିଲା । ଏଭଳି କରିବାକୁ ବାରଣ କରିବାରୁ ପ୍ରକାଶ ସ୍ତ୍ରୀକୁ ,ମଧ୍ୟ ମାଡ ମାରିଥିଲା । ଏବଂ ପରେ ପିଡିତାକୁ ତାଙ୍କ ଗାଁ ନିକଟରେ ଛାଡି ଚାଲି ଯାଇଥିଲା । ଏ ନେଇ ପିଡିତା ନିଜ ମାଙ୍କୁ ଜଣାଇବା ପରେ ଆଜି ଏନେଇ ଆଠମଲ୍ଲିକ ଥାନାରେ ଅଭିଯୋଗ କରା ଯାଇଥିଲା । ଅଭିଯୋଗ ପାଇବା ପରେ ଆଠମଲ୍ଲିକ ପୁଲିସ ପ୍ରକାଶ ମୁଣ୍ଡାକୁ ଅଟକ ରଖିଥିବା ଜଣା ପଡିଛି ।
What’s your Reaction?
+1
+1
+1
1
+1
2
+1
1
+1
1
+1
11