ଅସୁସ୍ଥ ଦନ୍ତା ହାତୀର ହେଲା ଚିକିତ୍ସା

ଅସୁସ୍ଥ ଦନ୍ତା ହାତୀର ହେଲା ଚିକିତ୍ସା

ଅନୁଗୁଳ – ଅସୁସ୍ଥ ଦନ୍ତା ହାତୀକୁ କରାଯାଇଛି ଟ୍ରାଙ୍କୁଲାଇଜ । ଟ୍ରାଙ୍କୁଲାଇଜ ପରେ ନନ୍ଦନକାନନ , ଢେଙ୍କାନାଳ ଓ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରୁ ଆସିଥିବା ପ୍ରାଣୀ ଚିକିତ୍ସକ ମାନେ ହାତୀର ଚିକିତ୍ସା କରିଛନ୍ତି । ସୂଚନା ଅନୁସାରେ ଦନ୍ତା ହାତୀର ମୁଣ୍ଡରେ ଏକ ଗଭୀର କ୍ଷତ ରହିଛି । ରକ୍ତ ଝରୁଥିବା ବେଳେ ଏହା ଗୁଳିବିଦ୍ଧ ହୋଇ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଏଭଳି ଅବସ୍ଥାରେ ଦୁଇଦିନ ହେଲା ବୁଲୁଥିବା ବେଳେ ଗତକାଲିଠାରୁ ବନ ବିଭାଗ ନଜର ରଖିଥିଲା । ଗତକାଲି ଇଂଜେକସନ ମାଧ୍ୟମରେ ଆଣ୍ଟିବାୟୋଟିକ ଦିଆ ଯାଇଥିଲା । ତେବେ ଆଜି ହାତୀଟିକୁ ଛେଣ୍ଡିପଦା ବନାଞ୍ଚଳ ପୋଡାପଡା ବାପୁଜୀ ମହାବିଦ୍ଯାଳୟ ପଛ ପାଖରେ ଟ୍ରାଙ୍କୁଲାଇଜ କରା ଯାଇଥିଲା । ଟ୍ରାଙ୍କୁଲାଇଜ ପରେ ଆଖିରେ ପଟି ଦେଇ ଅଧିକ ଚିକିତ୍ସା କରିବାକୁ ଚେଷ୍ଟା କରାଯାଇଛି । ଏବେ ମଧ୍ଯ ବନ ବିଭାଗ ହାତୀ ଉପରେ ନଜର ରଖିଛି । ଦରକାର ପଡିଲେ ହାତୀକୁ ଅନ୍ଯତ୍ର ସ୍ଥାନାନ୍ତର କରାଯିବ ବୋଲି ଡି ଏଫ ଓ ବିବେକ କୁମାର ସୁଚନା ଦେଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply