ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଧିନସ୍ତ ନୟନୀ କୋଲ ବ୍ଲକର ପ୍ରସ୍ତାବିତ କୋଇଲା ଖଣି ଅଞ୍ଚଳରେ ଆଜି (ବୁଧବାର) ଭୂମି ପୂଜନ କରି ଖନନ କାର୍ଯ୍ୟ ଆରମ୍ଭ କରିଛି ସିଙ୍ଗରାଣୀ କମ୍ପାନୀ । ସୂଚନା ଅନୁସାରେ ନୟନୀ କୋଲ ବ୍ଲକରେ ତେଲେଙ୍ଗାନା ସରକାରଙ୍କର ମେସର୍ସ ଦି ‘ସିଙ୍ଗେରେନୀ’ କମ୍ପାନୀକୁ ୯୧୨.୭୯୯ ହେକ୍ଟର ଖୋଲା କୋଇଲା ଖଣି ପାଇଁ ସରକାରଙ୍କ ପକ୍ଷରୁ ୨୦୧୫ ଅଗଷ୍ଟ ୧୩ ରେ ଆବଣ୍ଟନ କରାଯାଇଛି । ଏହି କୋଇଲା ଖଣି ଅଞ୍ଚଳରେ କାରଡାବାହାଳ, ଥଳିପଶି, ବିମ୍ବାଧରପୁର, ବ୍ରାହ୍ମଣବିଲ ମୈାଜା, ଛେଣ୍ଡିପଦା ଆଦି ଗ୍ରାମ ରହିଛି l ତେବେ ଏହି କୋଇଲା ଖଣିରେ ୬୪୩ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଥିବା ବେଳେ ୧୪୦ହେକ୍ଟର ରାଜସ୍ୱ ଜଙ୍ଗଲ ଜମି ରହିଛି l ଏହି କୋଇଲା ଖଣି ପାଇଁ ପ୍ରଦୂଷଣ ବିଭାଗ ପକ୍ଷରୁ ଜନ ଶୁଣାଣି ସରିବା ସହିତ ୨୦୨୨ରେ ଖଣିକୁ ଷ୍ଟେଜ-୨ ପରିବେଶ ମଞ୍ଜୁରୀ ମିଳିଥିବା ବେଳେ ଜୁଲାଇ ୪ ତାରିଖରେ ଖଣି ପାଇଁ ୬୪୩ ହେକ୍ଟର ଜମି ହସ୍ତାନ୍ତର ପାଇଁ ଅନୁମୋଦନ ମିଳିଥିଲା l ତେବେ ଅନୁମୋଦନ ମିଳିବା ପରେ କମ୍ପାନୀ ପକ୍ଷରୁ ଜଙ୍ଗଲରେ ଥିବା ଲକ୍ଷ ଲକ୍ଷ ଗଛ କାଟିବା ପରେ ଆଜି କୋଇଲା ଖନନ କାର୍ଯ୍ୟ ଆରମ୍ଭ ହୋଇଛି l ଏହି କୋଇଲା ଖଣିକୁ ତେଲେଙ୍ଗାନାର ଉପ ମୁଖ୍ୟମନ୍ତ୍ରୀ ମାଲୁ ଭାଟ୍ଟୀ ବିକ୍ରମର୍କ ପ୍ରଭାସି ମାଧ୍ୟମରେ ଉଦଘାଟନ କରିଥିବା ବେଳେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା , କମ୍ପାନୀର ସିଏମଡି ଏନ ବଳରାମ, ଡାଇରେକ୍ଟର ଅପରେସନ ଏନ ଭି କେ ଶ୍ରୀନିବାସ, ନାୟନୀ ଜୀଏମ ଟି ଶ୍ରୀନିବାସ ରାଓ ପ୍ରମୁଖ ପୁଜା ପାଠ ପରେ ଖନନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ l କମ୍ପାନୀ ହେଲେ ଅଞ୍ଚଳର ବିକାଶ ହେବା ସହିତ ବହୁ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ମିଳି ପାରିବ ବୋଲି ଏହି ଶୁଭାରମ୍ଭ ବେଳେ ଛେଣ୍ଡିପଦା ବିଧାୟକ ଆଗସ୍ତି ବେହେରା କହିଥିଲେ ।
