ଅପରାଧ ୨୦ ଗ୍ରାମ ବ୍ରାଉନସୁଗାର ସହ ୬ ଜଣ ଗିରଫ Angul OnlineJanuary 8, 2024January 8, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ପୁଲିସକୁ ଆଜି ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ୬ ଜଣଙ୍କ ମଧ୍ଯରେ ଜଣେ ନାବାଳକ ଥିବା ବେଳେ ଜବତ ବ୍ରାଉନସୁଗାରର ମୂଲ୍ଯ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ଗିରଫ ଅନ୍ଯ ୫ ଜଣଙ୍କ ମଧ୍ଯରୁ କାଣ୍ଡସର ଗାଁର ଦିପକ ସେଠୀ ଓ ବଳରାମପ୍ରାସଦର ପ୍ରଭାକର ମହାପାତ୍ର , ଡମ୍ବରୁଧର ଦାସ , ପ୍ରଶାନ୍ତ ନାହାକ , ଦିଲ୍ଲିପ ବାରିକ । ଆଜି ଏହି ସବୁ ଅଭିଯୁକ୍ତ କନିଆଁବେଡା ଗାଁ ମୁଣ୍ଡରେ ଥିବା ଓଭରବ୍ରିଜ ନିକଟରେ ବ୍ରାଉନସୁଗାର ବେପାର କରିବା ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ଖବର ପାଇ ନାଲକୋନଗର ପୁଲିସ ଚଢାଉ କରିଥିଲା । ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । Advertisement
ଦୁଇ ଡକାୟତି ଉଦ୍ୟମ ପଣ୍ଡ – ଆଠ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ଓ ଅନୁଗୁଳ ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଦୁଇଟି ଡକାୟତ ଗ୍ୟାଙ୍ଗକୁ ପୁଲିସ କାବୁ…
ଜେଲ ଗଲେ କୋଟିପତି ଜେଇ ଅନୁଗୁଳ – ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ ଜେଇ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ…
ଯୁବତୀଙ୍କୁ ଦୁଷ୍କର୍ମ – ଜଣେ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଅଞ୍ଚଳରେ ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।…