ସ୍ୱାସ୍ଥ୍ୟ ଅନୁଗୁଳରୁ ରାଜ୍ୟର ୬ ପ୍ରତିଶତ ସକ୍ରୀୟ ଆକ୍ରାନ୍ତ Angul OnlineMay 26, 2021May 26, 2021 ଅନୁଗୁଳ – ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବୁଧବାର ସୁଦ୍ଧା ୯୯ହଜାର ୭୩୮ଜଣଙ୍କ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏଥିରୁ କେବଳ ଅନୁଗୁଳ ଜିଲାରୁ ୬.୩୬ପ୍ରତିଶତ ଅର୍ଥାତ ୬ ହଜାର ୩୪୭ ଜଣ । ବିଭିନ୍ନ କୋଭିଡ ହସପିଟାଲ ଏବଂ ଚିକିତ୍ସା କେନ୍ଦ୍ରରେ ଏହି ଆକ୍ରାନ୍ତମାନଙ୍କ ଚିକିତ୍ସା ଚାଲିଛି । କେବଳ ଏତିକି ନୁହଁ, ରାଜ୍ୟରେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଅନୁଗୁଳ ଜିଲାର ସ୍ଥିତି ହେଉଛି ଚତୁର୍ଥ । ପ୍ରଥମ ସ୍ଥାନରେ ଥିବା ଖୋର୍ଦ୍ଧା ଜିଲାରେ ୧୪ହଜାର ୮୫ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା କଟକରେ ୮ ହଜାର ୯୩୦ ଏବଂ ତୃତୀୟ ସ୍ଥାନରେ ଥିବା ସୁନ୍ଦରଗଡ଼ ଜିଲାରେ ୬ ହଜାର ୭୨୬ ଜଣଙ୍କ ଚିକିତ୍ସା ଚାଲିଛି । Advertisement
ଜିଲ୍ଲାରେ ବଢିଛି କରୋନା ଟେଷ୍ଟିଙ୍ଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି । ଏହାକୁ ଦମନ କରିବାକୁ ଜିଲ୍ଲାପାଳ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ।…
ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ପ୍ରଶିକ୍ଷକଙ୍କୁ ତାଲିମ ଅନୁଗୋଳ – ଫ୍ୟାଲେରିଆ ରୋଗ ନିରାକରଣ ପାଇଁ ହେବାକୁ ଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସାମିଲ ୮୦ ଜଣ ପ୍ରଶିକ୍ଷକ ଙ୍କୁ ନେଇ ଜିଲ୍ଲା ପରିଷଦ…
୧୦ ଦିନ ଧରି ହେବ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଗୁଳ – ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ , ଅନଗୁଳ ଶାଖା ଓ ଜୟପ୍ରକାଶ ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରାଇଭେଟ ଲିମିଟେଡ଼ , ରାଉରକେଲା ମିଳିତ…