ମୁଖ୍ୟ ଖବର ନାଳରୁ ନରକଙ୍କାଳ ଉଦ୍ଧାର Angul OnlineSeptember 25, 2021September 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଭୋକିଲାପାଳ ନିକଟରେ ଥିବା ବଉଳିନାଳ ନିକଟରୁ ଆଜି ଏକ ନର କଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା । ଏହି କଙ୍କାଳଟି ଗତ ୧୩ ତାରିଖରେ ନାଳରେ ଭାସି ଯାଇଥିବା ବାଘୁଆପାଟ ଗ୍ରାମର ନରେଶ ଗୋଛୟତଙ୍କର ବୋଲି ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ ମଧୁପୁର ଗାଁର ପ୍ରଶାନ୍ତ ପ୍ରଧାନଙ୍କ ପାଖରେ ରହି ୬ ମାସ ହେଲା ବାଘୁଆପାଟ ଗ୍ରାମର ନରେଶ ଗୋଛୟତ ମଇଁଷି ଚରାଉଥିଲେ । ଗତ ୧୩ ତାରିଖରେ ସେ ମଇଁଷି ଚରାଇ ଫେରୁଥିବା ବେଳେ ଏହି ନାଳରେ ଭାସିଯାଇଥିଲେ । ଗାଁ ଲୋକ ତାଙ୍କୁ ଏହି ନାଳରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରେ ଅନୁଗୁଳ ଦମକଳ ବାହିନୀ ଦୁଇଦିନ ଧରି ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳି ନଥିଲା । ଫଳରେ ମାଲିକ ପ୍ରଶାନ୍ତ ପ୍ରଧାନ ଏନେଇ ୧୪ ତାରିଖରେ ବନ୍ତଳା ଥାନାରେ ନରେଶଙ୍କ ନିଖୋଜ ସମ୍ପର୍କରେ ବନ୍ତଳା ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ଭୋକିଲାପାଳ ଦେଇ ବୋହିଯାଉଥିବା ବଉଳିନାଳ ନିକଟ ବୁଦା ମୂଳରେ ଏକ ନର କଙ୍କାଳ ଠାବ ହୋଇଥିଲା । ଏହା ନରେଶଙ୍କର ହୋଇଥାଇ ପାରେ ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରିଥିଲେ । ଲୋକ ପୁଲିସକୁ ଏ ନେଇ ଖବର ଦେଇଥିଲେ ମଧ୍ୟ ଆଜି ପୁଲିସ ଯାଇ ନଥିବା ବେଳେ ଆସନ୍ତା କାଲି ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବ ବୋଲି ଜଣା ପଡିଛି । Advertisement
ଭୋଜି ଖାଇ ଫେରୁଥିବା ବେଳେ ଟ୍ରକ ଧକ୍କାରେ ଅବସରପ୍ରାପ୍ତ ସେନା କର୍ମଚାରୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଚନ୍ଦ୍ରବାହାଳ ଠାରେ ଏକ ଟ୍ରକ ଧକ୍କାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ…
ନିଖୋଜ ଯୁବକଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଜଙ୍ଗଲରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ କୋଶଳା ଗାଁର ପ୍ରଦ୍ୟୁମ୍ନ…
ପ୍ରେମରେ ବିଫଳ ହେଲା ଯୁବକ , ଆଉ ତାପରେ ….. ପାଲଲହଡ଼ା- ପ୍ରେମ ବ୍ୟାପାରକୁ ନେଇ ପାଲଲହଡ଼ା ଥାନା ସମୁଖରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ତାଙ୍କୁ , ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି…