ମୁଖ୍ୟ ଖବର ଶାଳିଆପତନିକୁ ଗିଳି ନାଗ ମଲା Angul OnlineJuly 4, 2021July 4, 2021 ଅନୁଗୁଳ – ଖାଦ୍ୟ ଲୋଭରେ ଏକ ବଡ ଶାଳିଆପତନିକୁ ଗିଳି ଏକ ପାଞ୍ଚ ଫୁଟର ନାଗ ସାପର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ସହର ନିକଟସ୍ଥ କାଣ୍ଡସର ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କାଣ୍ଡସର ଗ୍ରାମ ସ୍କୁଲସାହିର କିଛି ଯୁବକ ଗୋଟିଏ ବିଲେଇକୁ ସାପ ଗିଳୁଥିବାର ଦେଖି ଅନୁଗୋଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ । ଖବର ସର୍ପମିତ୍ର ଶ୍ରୀ ବେହେରା ଓ ସାଥୀ ବିଜୁ ଭୋଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତେବେ ସେତେବେଳକୁ ଏହି ପାଞ୍ଚ ଫୁଟର ନାଗ ସାପ ମରି ସାରିଥିଲା । ସାପଟିର ପେଟ ଖୁବ ଜୋରରେ ଫୁଲିଯାଇଥିଲା । ସର୍ପମିତ୍ର ଶ୍ରୀ ବେହେରା ଘଟଣା ସମ୍ପର୍କରେ ଅନୁଗୁଳ ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପ୍ରଧାନଙ୍କୁ ଜଣାଇଥିଲେ । ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସାପଟିକୁ ଅନୁଗୁଳ ବନାଞ୍ଚଳ ଅଧିକାରୀଙ୍କ କାର୍ଯାଳୟକୁ ଅଣାଯାଇଥିଲା ଏବଂ ଅନୁଗୁଳ ବନାଞ୍ଚଳର ବନରକ୍ଷୀ ଲିଙ୍ଗରାଜ ଦେହୁରୀ ଓ ସର୍ପମିତ୍ର ଆଦିତ୍ୟ ବେହେରାଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକ ଡାଃ. ଦେବାଶିଷ ତ୍ରିପାଠୀ ସାପଟିର ବ୍ୟବଚ୍ଛେଦ କରିଥିଲେ । ବ୍ୟବଚ୍ଛେଦ ପରେ ବିଲେଇ ପରିବର୍ତ୍ତେ ନାଗ ପେଟରୁ ଏକ ବଡ ଶାଳିଆପତନି ବାହାରିଥିଲା । ଖାଦ୍ୟର ପରିମାଣ ଅତ୍ୟଧିକ ହେତୁ ପାକସ୍ଥଳୀ ଓ ଫୁସଫୁସରେ ପ୍ରେସର ପଡିବାରୁ ସାପଟି ମରିଥିବା କଥା ପ୍ରାଣୀ ଚିକିତ୍ସକ ଡାଃ ତ୍ରିପାଠୀ କହିଛନ୍ତି । ବନ କର୍ମଚାରୀଙ୍କ ଦ୍ବାରା ଉଭୟ ସାପ ଓ ଶାଳିଆପତନୀଟିକୁ ପୋତି ଦିଆଯାଇଥିଲା । Advertisement
ଟାକ୍ସ ଖିଲାପକାରୀ ୨ ଦୋକାନ ସିଲ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ , ନୋଟିସ୍ ଡାକବାଜି ଯନ୍ତ୍ରରେ ପ୍ରଚାର ସତ୍ତ୍ବେ ହୋଲ୍ଡିଂ ଟ୍ୟାକ୍ସ ଦାଖଲ ନକରିବାରୁ…
ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କ ବଦଳି ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପଙ୍କ ବଦଳି ହୋଇଛି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟରଭାବେ କାର୍ଯ୍ୟ କରୁଥିବା ଦୀପଙ୍କୁ ଅନୁଗୁଳର…
ଶୈଳ ଶ୍ରୀକ୍ଷେତ୍ରରେ ଦିନ ୨:୩୦ ରେ ହେବ ରଥ ଟଣା ଅନୁଗୋଳ – ଆସନ୍ତା ୨୦ ତାରିଖରୁ ରଥଯାତ୍ରା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯଥାରୀତି ନୀତି ଅନୁସାରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ…