ଆଞ୍ଚଳିକ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ Angul OnlineJune 14, 2022June 14, 2022 ଅନୁଗୁଳ – ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁଇ ବର୍ଷର କୋରୋନା କଟକଣା ପରେ ଏଥର ଭକ୍ତ ମାନଙ୍କ ଗହଣରେ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା । ଏହି ଅବସରରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ନୀତି ଯଥାରୀତି ସମ୍ପନ୍ନ ହୋଇଛି । ବିଧି ପୂର୍ବକ ରତ୍ନ ମଣ୍ଡପରୁ ତିନି ଠାକୁର ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିଥିଲେ । ସମସ୍ତ ପୂଜା ନୀତି ପରେ ୧୦୮ କଳସୀ ସୁବାସିତ ଜଳରେ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ମହାବାହୁ , ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେଇଥିଲେ । ସେହିପରି ଜିନ୍ଦଲ ନଗର ପରିସରସ୍ଥ ଦେବ ଭୂମି ଜଗନ୍ନାଥ ମନ୍ଦିର ଠାରେ ଦେବସ୍ନାନ ପୁର୍ଣିମା ସଂପନ୍ନ ହୋଇଯାଇଅଛି । ଏହି ଅବସରରେ ଜିନ୍ଦଲନଗରରେ ବାସ କରୁଥିବା ଶ୍ରଦ୍ଧାଳୁଙ୍କ ସହ ପାର୍ଶ୍ଵବର୍ତୀ ଗ୍ରାମାଞ୍ଚଳରୂ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଚତୁର୍ଦ୍ଧା ମୂର୍ତିଙ୍କ ସ୍ନାନ ପର୍ବରେ ଭାଗ ନେଇଥିଲେ । ଦେବସ୍ନାନ ପୁର୍ଣିମା ନୀତି ଅବସରରେ,ମନ୍ଦିରର ଆଦ୍ୟ ସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ସହ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶାଲୁ ଜିନ୍ଦଲ ଯୋଗ ଦେଇ ବୈଦିକ ପରମ୍ପରା ବିଧି ମୁତାବକ ସମର୍ଜିନୀ ଶୋଧନ, ଛେରା ପ୍ରସ୍ତୁତି, ଛେରା ପହଁରା ନୀତି ସଂପୂର୍ଣ ଶ୍ରଦ୍ଧା ଏବଂ ଭକ୍ତିର ସହ ନିର୍ବାହ କରିଥିଲେ । ଚତୁର୍ଦ୍ଧା ମୂର୍ତିଙ୍କୁ ମୁଖ୍ୟ ମନ୍ଦିର ଠାରୁ ସ୍ନାନ ମଣ୍ଡପ ପର୍ଯ୍ୟନ୍ତ ଧାଡି ପହଣ୍ଡି ସହ ମଙ୍ଗଳ ଆରତୀ, ତଡପ ଲାଗି, ଅବକାଶ ଶ୍ରୀମୁଖ ପୋଛା ଏବଂ ଅନ୍ୟାନ୍ୟ ରୀତି ନୀତି ଗୁଡିକ ମୁଖ୍ୟ ପୂଜକଙ୍କ ପରାମର୍ଶ ମୁତାବକ ଅନୁଷ୍ଠିତ ହୋଇଥିଲା । ସ୍ନାନ ଯାତ୍ରା ବିଧି ସଂପନ୍ନ ହେବା ପରେ , ଏହା ପୌରାଣିକ ଭାବେ ବିଶ୍ବାସ କରାଯାଏ ଯେ, ଠାକୁର ମାନଙ୍କୁ ଜ୍ଵର ହୋଇଥାଏ ଏବଂ ସେମାନେ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଅଣସର ଘରେ ରହି ସୁସ୍ଥତା ଲାଭ କରନ୍ତି । Advertisement
ଦୁର୍ଘଟଣାରେ ଓକିଲ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ତାରିଣୀ ପୀଠ ପାଖରେ ଶନିବାର ରାତିରେ ଏକ ଦୁର୍ଘଟଣା ଘଟିଛି । ଏଥିରେ ଥିବା ଚାଳକ…
୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ସାର ସାରଖାନା ନିର୍ମାଣ ଶେଷ ହେବ – କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ତାଳଚେର – କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୁଳ…
ଥର୍ମାଲ ପ୍ଳାଣ୍ଟ ବନ୍ଦ ନିଷ୍ପତ୍ତିକୁ ବିରୋଧ – ଆଗକୁ ଆନ୍ଦୋଳନକୁ ଆହୁରୀ ତୀବ୍ରତର କରାଯିବ ଅନୁଗୁଳ – ତାଳଚେର ଥର୍ମାଲ ପ୍ଳାଣ୍ଟକୁ ମାର୍ଚ୍ଚ ୩୧ ତାରିଖରେ ବନ୍ଦ କରି ଦିଆଯିବା ନିଷ୍ପତି ପ୍ରତିବାଦରେ ଗୁରୁବାର ଦିନ ସର୍ବଦଳୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ…