ଅପରାଧ ମାଉସୀ ଶାଶୁକୁ ଦୁଷ୍କର୍ମ ଅଭିଯୋଗରେ ଝିଆରୀ ଜ୍ଵାଇଁ ଗିରଫ Angul OnlineJuly 16, 2022July 16, 2022 ଅନୁଗୁଳ – ମାଉସୀ ଶାଶୁକୁ ଦୁଷ୍କର୍ମ ଅଭିଯୋଗରେ ଝିଆରୀ ଜ୍ଵାଇଁ ଗିରଫ । ଏଭଳି ଘଟଣା ଘଟିଛି ଅନୁଗୁଳ ଥାନା ଅଞ୍ଚଳରେ । ସୂଚନା ଅନୁସାରେ ଠାକୁରଗଡ ଥାନା ପାଇକସାହିର ସୁନୀଲ ନାଏକ ନାମକ ଜଣେ ଯୁବକ ଅନୁଗୁଳ ଅଞ୍ଚଳରେ ଗତ ୪ ତଳେ ବାହାଘର ହୋଇଥିଲେ । ତେବେ ସେ ଗତ ୨-୩ ବର୍ଷ ହେଲା ଶଶୁର ଘରେ ଆସି ରହି ଆସୁଥିଲା । ତେବେ ଶଶୁର ଘରେ ରହି ଆସୁଥିବା ବେଳେ ଏଠାରେ ରହୁଥିବା ୩୫ ବର୍ଷୀୟ ତାଙ୍କ ବିଧବା ମାଉସୀ ଶାଶୁ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା । ଫଳରେ ବିଧବା ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ । ସେ ଏବେ ୩ ମାସର ଗର୍ଭ ଧାରଣ କରିଥିବା ବେଳେ ତାଙ୍କୁ ସୁନୀଲ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଧମକ ଚମକ ଦେଉଥିଲା । ତେବେ ଆଜି (ଶନିବାର) ମହିଳା ଜଣଙ୍କ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମହିଳାଙ୍କ ଅଭିଯୋଗ ଆଧାରରେ କେସ ନମ୍ବର ୩୪୩/୨୨ ରେ ଏକ ମାମଲା ରୁଜ୍ଜୁ କରିବା ସହ ସୁନୀଲ ନାଏକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୁନୀଲଙ୍କର ଏକ ତିନି ବର୍ଷର ଝିଅ ଥିବା ମଧ୍ୟ ଜଣା ପଡିଛି । Advertisement
ମା ସାଜିଲା ହତ୍ଯାକାରୀ – ଜମଜ ଶିଶୁଙ୍କୁ କଲା ହତ୍ଯା ଅନୁଗୁଳ – ନିଜ ଛୁଆଙ୍କୁ ନିଜ ହାତରେ ଟେକି ନେଇ କୂଅରେ ପକାଇ ମାରିଲା ମାଆ । ନିଜ ହାତରେ ନିଜ ଦୁଇ କଅଁଳା ଶିଶୁଙ୍କୁ କଲା…
ଚାନ୍ଦା ମାଗି ବନ୍ଧା ହେଲେ ନକଲି ସାମ୍ବାଦିକ ଅନୁଗୁଳ – ଚାନ୍ଦା ମାଗି ପୁଣି ବନ୍ଧା ହେଲେ ଜଣେ ୱେବ ପୋର୍ଟାଲର ନକଲି ସାମ୍ବାଦିକ । ଜଣେ ବ୍ରେଡ଼ ଫ୍ୟାକ୍ଟେରି ମାଲିକଙ୍କ ଠାରୁ ୧୦ ହଜାର…
ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଲାଞ୍ଚୁଆ କିରାଣୀ ଅନୁଗୋଳ – ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଜିଲ୍ଲାପାଳ କାର୍ଯ୍ୟାଳୟର ଜୁନିଅର କ୍ଲର୍କ ପଙ୍କଜିନି ବିଶ୍ୱାଳ । ପଙ୍କଜିନି ୨୦୧୭ ମସିହାରେ ଅନୁଗୋଳ ତହସିଲ ଅଫିସରେ କାର୍ଯ୍ୟରତ…