ଅପରାଧ ମା’କୁ ପିଟିପିଟି ହତ୍ୟା କଲା ସଇତାନ ପୁଅ Angul OnlineNovember 24, 2024November 24, 2024 ଅନୁଗୁଳ – ଜନ୍ମ କଲା ପୁଅ ହେଲା ସଇତାନ, ମା କୁ ପିଟି ପିଟି ହତ୍ୟା କଲା ପୁଅ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି ସକାଳ ସମୟରେ ସୁସୁଡା ଗ୍ରାମର ସୁଧାକର ନାଏକ ଙ୍କ ପୁଅ ସରୋଜ ନାଏକ ନିଜ ମା ଲତା ନାଏକ (୭୦)କୁ ପିଟି ପିଟି ହତ୍ୟା କରିଥିଲା । ଏ ଖବର୍ ଗାଁ ଲୋକ ଜାଣିବା ପରେ ପୁଲିସ କୁ ଖବର ଦେଇଥିଲେ । ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ବ କରିବା ସହ ମା କୁ ହତ୍ୟା କରିଥିବା ପୁଅ ସରୋଜକୁ ଅଟକ ରଖି ପଚରାଉଚରା କରୁଛି । ତେବେ କାହିଁକି ଏଭଳି ହତ୍ୟାକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି । ଅନେକ ସମୟରେ ସେ ଏଭଳି ମା କୁ ମାଡ଼ ମାରିଥାଏ , ଆଉ ଆଜି ମଧ୍ୟ ମଦ ପିଇ ମାଙ୍କ ଝଗଡା କରିଥିଲା ବୋଲି ପଡୋଶୀ ମାନେ ସୂଚନା ଦେଇଛନ୍ତି । Advertisement
କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ ଅନୁଗୁଳ – ଅନୁଗୁଳ ୫ ନମ୍ବର କାଉନସିଲରକୁ ମରଣାନ୍ତକ ଆକ୍ରମଣ ହୋଇଛି । କାଉନସିଲର ରଞ୍ଜିତ ମାଣ୍ଡୋଠିଆ ତାଙ୍କ ଦୋକାନରୁ ଘରକୁ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ…
ଦୁର୍ବୃତ୍ତଙ୍କ ଅମାନବୀୟ କାଣ୍ଡ – ଶୋଇଥିବା ବେଳେ ଲଗାଇ ଦେଲେ ନିଆଁ ଅନୁଗୁଳ – ଅନଗୁଳ ସହର ଆଖଣ୍ଡଳମଣି ମନ୍ଦିର ନିକଟରେ ଘଟିଛି ଅଭାବନୀୟ କାଣ୍ଡ । ମନ୍ଦିର ନିକଟସ୍ଥ ଏକ ସିମେଣ୍ଟ ଚଟାଣରେ ମହମ୍ମଦ ମହବୁଲ ନାମକ ଜଣେ…
ମହିଳାଙ୍କ ଠାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ମିଳିଛି ଏକ ବଡ଼ ସଫଳତା । ବ୍ରାଉନସୁଗାର ବିକ୍ରି ପାଇଁ ନେଉଥିବା ବେଳେ ଏହି ବେପାରରେ କିଙ୍ଗପିନ କୁହା…