ମା କୁ ପିଟି ପିଟି ମାରିଦେଲା ପୁଅ

ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା ପରା ଗାଁରେ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ପୁଅର ମାଡ଼ରେ ମାର ମୃତ୍ୟୁ । ମୃତ ମହିଳା ଜଣଙ୍କ ହେଲେ ପରା ଗାଁର ଦାମୋଦର ପେଣ୍ଠୁଇଙ୍କ ସ୍ତ୍ରୀ ଶାନ୍ତିଲତା ପେଣ୍ଠୁଈ ।

ସୂଚନା ଅନୁସାରେ ଜରପଡା ଥାନା ପରା ଗାଁର ମୁଣ୍ଡିଆ ସାହିରେ ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ମା ଶାନ୍ତିଲତା ଓ ସାନ ପୁଅ ରଥି ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଏକ ବାଡ଼ିରେ ମାକୁ ପିଟି ଥିଲା । ପୁଅର ମାଡ଼ରେ ମାଙ୍କର ମୁଣ୍ଡ ଫାଟି ଯିବା ସହିତ ବେହୋସ ହୋଇ ପଡି ଯାଇଥିଲେ । ଏହା ଦେଖି ସାନ ପୁଅ ରଥି ପେଣ୍ଠଈ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା । ତେବେ ରାତିରେ ଖବର ପାଇ ପୁଲିସ ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *