ସ୍ୱତନ୍ତ୍ର ଟାସ୍କ ଫୋର୍ସର ଚଢାଉ – କୋଇଲା ଜବତ , ଜଣେ ଗିରଫ

ସ୍ୱତନ୍ତ୍ର ଟାସ୍କ ଫୋର୍ସର ଚଢାଉ – କୋଇଲା ଜବତ , ଜଣେ ଗିରଫ

ଅନୁଗୁଳ – ଅନୁଗୁଳରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)ର ରେଡ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରେଡ୍ କରିଥିଲା । ଏମସିଏଲର ହିଙ୍ଗୁଳା ମାଇନ୍ସରୁ କୋଇଲା ଚୋରା ଚାଲାଣ ନେଇ ଖବର ପାଇଥିଲା ଏସଟିଏଫ୍ ରେଡ୍ କରିବା ସହ ୨୨.୫ ଟନ୍ ଚୋରା କୋଇଲା ଭର୍ତ୍ତି ଟ୍ରକ୍ ଜବତ କରିଛି । ଏଥିସହ ଅଜୟ ପ୍ରଧାନ ନାମକ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଜୟ ପ୍ରଧାନ ଘର ଶିଳ୍ପାଞ୍ଚଳ ଥାନାର କଙ୍କରେଇ ଗାଁରେ ବୋଲି ଜଣାପଡ଼ିଛି । ଚୋରା କୋଇଲା ଭର୍ତ୍ତି ଟ୍ରକ୍ ସହ ଅନ୍ୟ କିଛି ସାମଗ୍ରୀକୁ ଜବତ କରିଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ । ଏନେଇ ଅନୁଗୁଳର ଶିଳ୍ପାଞ୍ଚଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ବିରୋଧରେ ୩୭୯/୪୧୧/୪୧୩/୧୨୦(ବି) /୩୪ ଦଫା ଲାଗିଛି । ଏବେବି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply