ମୁଖ୍ୟ ଖବର ବରିଷ୍ଠ ଡାକ୍ତରଙ୍କ ପରରୋକ Angul OnlineJanuary 19, 2022January 19, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଡାକ୍ତରଖାନାର ବରିଷ୍ଠ ଡାକ୍ତର ଆରକେଏସ ମହାପାତ୍ରଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ଆଜି ସକାଳେ ସେ ଏକ ଘରୋଇ କ୍ଲିନିକରେ ରୋଗୀ ଦେଖୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଏଣୁ ସେ ନିଜେ ଏକ ଘରୋଇ ନର୍ସିହୋମରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଜଣେ ମେଡ଼ିସିନ ସ୍ପେଶାଳିଷ୍ଟ ଭାବେ ବେଶ ଜଣା ଶୁଣା ଥିଲେ । ତାଙ୍କ ଘର କାମାକ୍ଷାନଗର ଭୁବନ ଗାଁ ହୋଇଥିବା ବେଳେ ସେ ଦୀର୍ଘଦିନ ହେଲା ଅନୁଗୁଳରେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ଆଠମଲ୍ଲିକ ଉପଖଣ୍ତ ଚିକିତ୍ସାଳୟ ଓ ଅନୁଗୋଳ ଜେଲ ରେ ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ । ସେ ଜଣେ ମେଳାପୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ମୁଖ୍ୟତଃ ରୋଗୀ ଦେଖିବା ବେଳେ ଅତି ଶାନ୍ତ ଓ ହସାହସ ମୁହଁରେ ରହୁଥିବା ଯୋଗୁଁ ତାଙ୍କର ବେଶ ସୁନାମ ଥିଲା । ତାଙ୍କ ଅକାଳ ବିୟୋଗରେ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି । Advertisement
ନଦୀରେ ଗୋଡ଼ ଖସି ଜଣେ କାଉଡିଆ ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିନିକେୟୀ ପୀଠ ନିକଟରେ ମହାନଦୀରେ ଗୋଡ ଖସିଯାଇ କାଉଡ଼ିଆ ମୃତ୍ଯୁ ହୋଇଥିବା ଜଣା ପଡିଛି । ମୃତକ ଜଣଙ୍କ…
୩୦ ବର୍ଷର ରେକର୍ଡ ଭାଙ୍ଗିଲା – ସାତକୋଶିଆରେ ଅଣ୍ଡାରୁ ଫୁଟି ବାହାରିଲେ ୨୮ ଘଡ଼ିଆଳ ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷର ରେକର୍ଡ ଭାଙ୍ଗି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ…
ଛିଡା ହୋଇଥିବା ଟ୍ରକକୁ ପିଟିଲା ଆମ୍ବୁଲାନ୍ସ – ଜଣେ ମୃତ ପାଲଲହଡା – କୁହୁଡି ହେଲା କାଳ । ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ…