ବାଣିଜ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମେଗା ଏସ ଏଚ ଜି ସମନ୍ୱୟ ମେଳା ଅନୁଷ୍ଠିତ Angul OnlineNovember 9, 2021November 9, 2021 ଅନୁଗୁଳ – ମଙ୍ଗଳବାର ଅପରାହ୍ନ ରେ ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅଡ଼ିଟରିୟମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ମେଗା ଏସ ଏଚ ଜି ସମନ୍ୱୟ ମେଳା ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ବିଦ୍ୟା କ୍ରିଷ୍ଣା ମୁଖ୍ୟ ଅତିଥି ରୂପେ ପ୍ରଦୀପ ପ୍ରଜ୍ବଳନ କରି ଏହି ମେଗାକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି କ୍ରିଷ୍ଣା ନିଜ ଅଭିଭାଷଣରେ ଦେଶ ଓ ଗତିର ବିକାଶରେ ମହିଳା ମାନଙ୍କ ଗୁରୁ ଭୂମିକା ଉପରେ ଆଲୋକପାତ କରିବା ସହ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନେ ଛୋଟ ଛୋଟ ଉଦ୍ୟୋଗ କରି ଆତ୍ମ ନିର୍ଭର ଶିଳ ହେବା ସହ ସମାଜର ପ୍ରଗତିରେ ସହାୟକ ହୁଅନ୍ତୁ ବୋଲି ମହିଳା ଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଆଞ୍ଚଳିକ ପ୍ରବନ୍ଧକ ପ୍ରମୋଦ କୁମାର ପ୍ରଧାନ ସ୍ୱାଗତ ଭାଷଣରେ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ନୀତିକୁ ଉଚ୍ଚ ପ୍ରଶଂସା କରିବା ସହ ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସବୁବେଳେ ଆଗରେ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ରୂପେ ଭୁବନେଶ୍ୱର ମଣ୍ଡଳର ଉପ ମହାପ୍ରବନ୍ଧକ ସୁନୀଲ ଖଇରନାର ଓଡିଶାରେ ମହିଳା ଗୋଷ୍ଠୀଙ୍କୁ ଏକ ହଜାର କୋଟି ଟଙ୍କାର ଋଣ ପ୍ରଦାନର ଲକ୍ଷ୍ୟ ରଖା ଯାଇଛି ବୋଲି ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାରୋହରେ ଭୁବନେଶ୍ୱର ମଣ୍ଡଳର ମହା ପ୍ରବନ୍ଧକ ଅଭୟ କିଶୋର ପାଣ୍ଡେ, ଉପ ମହାପ୍ରବନ୍ଧକ ଧୂର୍ଵ ଚରଣ ବଳ, ଗ୍ଲୋକାଲ ପାର୍ଲର ଉପଦେଷ୍ଟା କାର୍ତ୍ତିକ ଆୟର ପ୍ରମୁଖ ଉପସ୍ଥିତ ଥିଲେ । ସମାରୋହରେ ଅନୁଗୁଳ, କିଶୋରନଗର, ବ୍ଲକର ପ୍ରୋଜେକ୍ଟ ମ୍ୟାନେଜର, ବଲଣ୍ଡା, ହୁଲୁର ସିଂହା, ଏବଂ ବନ୍ତଳା ଶାଖାର ବ୍ୟାଙ୍କ ମିତ୍ର ଏବଂ କାର୍ଯ୍ୟ କୁଶଳତା ପାଇଁ ୨୦୦ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବା ସହ ଋଣ ମଞ୍ଜୁର ପତ୍ର ପ୍ରଦାନ କରିଥିବା ବେଳେ ୫୫୦ ଟି ଗୋଷ୍ଠୀର ଋଣ ନବୀକରଣ କରା ଯାଇଥିବାର ସୂଚନା ପ୍ରଦାନ କରା ଯାଇଥିଲା l ଷ୍ଟେଟ ବ୍ୟାଙ୍କର ସାମାଜିକ ଦାଇତ୍ୱ ବୋଧ ଫଣ୍ଡରୁ ବାଜିରାଉତ ଛାତ୍ର ବାସକୁ ୨ ଟି ଆକ୍ଵା ଗାର୍ଡ ଓ ୭୫ କେଭିର ସୋଲାର ପ୍ୟାନେଲ ପ୍ରଦାନ କରିଥିଲେ । ଛାତ୍ରବାସ ପକ୍ଷରୁ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି ଏହା ଗ୍ରହଣ କରିଥିଲେ । Advertisement
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ ହେବ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନା ଭୁବନେଶ୍ବର – ଲୋକସଭା ସାଂସଦ ତଥା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ (ଜେଏସପି) ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ…
ମୋବାଇଲ ବିକ୍ରେତାଙ୍କ ଅନଶନ ଅନୁଗୁଳ – ଚାଇନିଜ୍ ଅପୋ ବ୍ରାଣ୍ଡର ନୂତନ ମଡେଲ କେ ସିରିଜର ବିକ୍ରୟ କେବଳ ଅନଲାଇନ ବିଦେଶୀ ଇ-କମର୍ସ କମ୍ପାନୀ ମାଧ୍ୟମରେ ହେଉ ଥିବାରୁ ଆଜି ଅପୋ…
ନାଲକୋ ଘରୋଇକରଣ ପ୍ରସଙ୍ଗ – ଲୋକସଭାରେ ସାଂସଦଙ୍କ ପ୍ରଶ୍ନ ଅନୁଗୁଳ – କେନ୍ଦ୍ର ସରକାର ନାଲକୋର ଘରୋଇକରଣ କରିବାକୁ ଯୋଜନା କରୁଥିବା ବେଳେ ବିଭିନ୍ନ ଶ୍ରମିକ ସଂଗଠନ ତଥା ଅଞ୍ଚଳବାସୀ ଏହାକୁ ବିରୋଧ କରୁଛନ୍ତି । ନାଲକୋ…