ଅନୁଗୁଳ – ଗାଁ ଦେଇ ଯାଇଥିବା ମୁଖ୍ୟ ସଡକରେ ଅନବରତ ଭାରିଯାନ ଚଳାଚଳ ଫଳରେ ଦୁର୍ଘଟଣା ଘଟୁଛି । ଏଥିପାଇଁ ନୋ ଏଣ୍ଟ୍ରି ଲାଗୁ କରିବା ଦାବିରେ ରାଜ୍ୟ ରାଜପଥ ୬୩ ଅବରୋଧ କରା ଯାଇଛି । ବୁଧବାର ସକାଳୁ ୫ ଟି ଗାଁର ଲୋକ ଏହି ଅବରୋଧ କରିଥିବା ବେଳେ ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଦିନ ତମାମ ପ୍ରଚଣ୍ଡ ଖରାକୁ ଖାତିର ନ କରି ପୁରୁଷ ଲୋକମାନେ ରାସ୍ତା ଉପରେ ବସି ରହିଥିବା ବେଳେ ସନ୍ଧ୍ୟାରେ ମାହିଲା ମାନେ ରାସ୍ତାକୁ ଓଲହାଇଛନ୍ତି ।

ଅନୁଗୁଳରୁ ଛେଣ୍ଡିପଦା ସଂଯୋଗ କରୁଥିବା ୬୩ ନମ୍ବର ରାଜ୍ୟ ରାଜପଥର ଜରାସିଂହା ଗ୍ରାମ ମଧ୍ୟ ଦେଇ ଶହ ଶହ ଭାରିଯାନ ଚଳାଚଳ କରୁଛି । ଯାହାଫଳରେ ଦୈନଦିନ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ହାନି ହେଉଛି । ବିଗତ ଦିନରେ ବହୁ ବାର ଦାବି ଆପତ୍ତି ପରେ ପ୍ରଶାଶନ ପକ୍ଷରୁ ଭାରିଯାନ ଚଳାଚଳ ଉପରେ ରୋକ ଲଗା ଯାଇଥିଲା । କିଛି ମାସର ବ୍ୟବଧାନ ପରେ ପୁଣି ନୋ ଏଣ୍ଟ୍ରି କୁ ହଟାଇ ଦିଆ ଯାଇଥିଲା ।ନୋ ଏଣ୍ଟ୍ରି ନ ହେବା ଦ୍ଵାରା ଭାଇଜାନ ଚଳାଚଳ ଅନବରତ ହେଉଛି । ଯାହା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଲୋକ ମୃତାହତ ହେଉଛନ୍ତି । ଏଥିପାଇଁ ଏହି ରାସ୍ତାରେ ନୋ ଏଣ୍ଟ୍ରି ଦାବି ନେଇ ରାଜରାସ୍ତା ଅବରୋଧ କଲେ ଅନୁଗୁଳ ଜିଲ୍ଲା ର ପାଞ୍ଚଟି ଗାଁର ଲୋକ । କୁମଣ୍ଡ, ବେଡାସର,ବେଣାଗାଡିଆ, ଜରାସିଂହା ଓ ପରଙ୍ଗ ଗାଁ ମଧ୍ୟରେ ଭାରିଯାନ ଚଳାଚଳ କୁ ବିରୋଧ କରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓଲ୍ହାଇଛନ୍ତି । ଅନୁଗୁଳ -ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ଜାହ ଫଳରେ ରାସ୍ତା କଡରେ ଶହ ଶହ ଗାଡି ଅଟକି ରହିଛି । ଦିନ ସମୟରେ ପୁଳି ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ନୋ ଏଣ୍ଟ୍ରି ଲାଗୁ ନ କରିବା ଯାଏ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ ଧରିଥିଲେ । ଫଳରେ ପ୍ରଶାସନକୁ ଫେରି ଆସିବାକୁ ପଡିଥିଲା । ତେବେ ସନ୍ଧ୍ୟାରେ ଏହି ସବୁ ଗାଁର ଶତାଧିକ ମହିଳା ରାଜରାସ୍ତାକୁ ଓଲହାଇଥିଲେ । ଖବର ଲେଖାଯିବା ଯାଏ ରାସ୍ତାରୋକ ଜାରି ରହିଛି ।