ପ୍ରଶାସନକୁ ହ୍ବିଲ ଚେୟାର ସହାୟତା ମାଗିଲେ ରାଜ୍ୟ ସ୍ତରୀୟ କ୍ରିକେଟ ଖେଳାଳି

ଅନୁଗୁଳ – ଭିନ୍ନକ୍ଷମ କ୍ରିକେଟ ଖେଳାଳି । ରାଜ୍ୟ ପାଇଁ ଖେଳି ବେଶ ସୁନାମ ଅର୍ଜନ କରିଛନ୍ତି । ହେଲେ ପ୍ରଶାସନିକ ଅବହେଳା ପାଇଁ ହଇରାଣ ହେଉଛନ୍ତି ଉଭୟ । ଏଥିପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଗୁହାରି କରିଛନ୍ତି ।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଟେଣ୍ଟୁଲୋଇ ଗାଁର ଧ୍ରୁବ ଚରଣ ପ୍ରଧାନ ଏବଂ ମାଛକୁଟା ଗାଁର ନିର୍ମଳ ସେଠି । ଉଭୟ ହ୍ବିଲ ଚେୟାର କ୍ରିକେଟ ଖେଳରେ ପାରଙ୍ଗମ । ଉଭୟ ରାଜ୍ୟ ପାଇଁ ଖେଳି ବେଶ ସୁନାମ ଅର୍ଜନ କରିଛନ୍ତି । ଗତ ମାସରେ ମଧ୍ୟ ଉଭୟ ଓଡିଶା ପାଇଁ ଖେଳିବାକୁ ଯାଇଥିଲେ । ଉଭୟ ଭଲ ପ୍ରଦର୍ଶନ କରିଥିଲେ । ହେଲେ ଉଭୟଙ୍କ ପାଖରେ ଭଲ ହ୍ବିଲ ଚେୟାର ନାହିଁ । ଯାହା ଫଳରେ ସେମାନେ ଅନ୍ୟ ରାଜ୍ୟର ଖେଳାଳିଙ୍କ ଭଳି ଅଧିକ ଭଲ ପ୍ରଦର୍ଶନ କରି ପାରୁ ନାହାନ୍ତି । ଏଥିପାଇଁ ଉଭୟ ଛେଣ୍ଡିପଦା ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରାଙ୍କ ସାଥିରେ ଯାଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କୁ ନିଉ ମୋସନ ହ୍ବିଲ ଚେୟାର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସେମାନଙ୍କ ଗୁହାରୀକୁ ହୃଦୟଙ୍ଗମ ମଧ୍ୟ କରିଛନ୍ତି । ଖୁବ ଶୀଘ୍ର ସେମାନଙ୍କୁ ନିଉ ମୋସନ ହ୍ବିଲ ଚେୟାର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *