ଖେଳ ଓ ଖେଳାଳି ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା – ପୁରୁଷରେ ବାଲେଶ୍ବର, ମହିଳାରେ କିଟ୍ ଚମ୍ପିଅନ Angul OnlineDecember 15, 2021December 15, 2021 ଅନୁଗୁଳ – ଅନୁଗୁଳ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ-ଖୋ (ବରିଷ୍ଠ) ପ୍ରତିଯୋଗିତା ଆଜି ଉଦଯାପିତ ହୋଇ ଯାଇଛି । ତିନିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ପୁରୁଷ ବିଭାଗରେ ବାଲେଶ୍ଵର ଓ ମହିଳା ବିଭାଗରେ କିଟ୍ ଚମ୍ପିଅନ ଆଖ୍ୟା ଅର୍ଜନ କରିଛନ୍ତି । ପୁରୁଷ ବିଭାଗ ଫାଇନାଲରେ ବାଲେଶ୍ଵର ୧ ପଏଣ୍ଟରେ (୧୯-୧୮) କିଟ୍ ବିଶ୍ବବିଦ୍ୟାଳୟକୁ ପରାସ୍ତ କରି ଚମ୍ପିଅନ ହୋଇଥିଲା । ଏହି ପ୍ରତିଯୋଗିତାରେ ଜଗତସିଂହପୁର ତୃତୀୟ ସ୍ଥାନରେ ରହିଥିଲା । ସେହିପରି ମହିଳା ବିଭାଗର ଫାଇନାଲ ମ୍ୟାଚରେ କିଟ୍ ବିଶ୍ଵବିଦ୍ୟାଳୟ ୬ ପଏଣ୍ଟରେ (୧୫-୯) ବାଲେଶ୍ଵରକୁ ପରାସ୍ତ କରିଛି । ଏଥିରେ ମଧ୍ୟ ଜଗତସିଂହପୁର ତୃତୀୟ ସ୍ଥାନରେ ରହିଥିଲା । ଉଦଯାପନୀ ଉତ୍ସବରେ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ ପ୍ରଧାନ , ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଦିଲୀପ ସାହୁ , ଜିନ୍ଦଲର କାର୍ଯ୍ୟକାରି ସଭାପତି ରବି ଶଙ୍କର , ଓଡିଶା ଖୋ-ଖୋ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ୨୨ଟି ଜିଲ୍ଲାରୁ ପୁରୁଷ ବିଭାଗରେ ୨୨ଟି ଦଳର ୩୦୮ ଜଣ ଓ ମହିଳା ବିଭାଗରେ ୧୮ଟି ଦଳରୁ ୨୫୨ ଜଣ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାର କରି ଓଡ଼ିଶା ଦଳ ଚୟନ କରାଯିବ । ସେମାନେ ୨୬ ରୁ ୩୦ ତାରିଖ ମଧ୍ୟରେ ମଧ୍ୟପ୍ରଦେଶର ଜବଲପୁର ଠାରେ ଆୟୋଜିତ ଜାତୀୟ କ୍ରୀଡାରେ ଭାଗ ନେବେ । Advertisement
ତୁରଙ୍ଗ କପ ଫୁଟବଲ – ଜଗା ୟୁନାଇଟେଡ଼ ଚମ୍ପିୟାନ ଅନୁଗୁଳ – ତୁରଙ୍ଗ ସ୍ଥିତ ବିଜୁ ପଟନାୟକ ମିନି ଷ୍ଟାଦିୟମ ଠାରେ ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ର ଉଦଯାପନି ଉତ୍ସବ ପାଳନ ହୋଇଯାଇଛି ।…
ବାଗଡିଆ କପ୍ ଉଦ୍ଯାପିତ – କମାଣ୍ଡୋ ଇଲେଭେନ ଦଳ ବିଜୟୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ବାଗଡିଆ କ୍ରିକେଟ ଆସୋସିଏସନ ପକ୍ଷରୁ ବାଗଡିଆ କପ୍ କ୍ରିକେଟ ଉଦ୍ଯାପିତ…
ଖେଳାଳି ଚୟନରେ ଅନିୟମିତତା – ବଢ଼ିଲା ଅଭିଯୋଗର ଫର୍ଦ୍ଦ ଅନୁଗୋଳ – କଳାହାଣ୍ଡି କପ ପାଇଁ ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଖେଳାଳି । ଗତକାଲି ଏହି ଅଭିଯୋଗ ଆଣି ଦୁଇ ଜଣ ଖେଳାଳି ଜିଲ୍ଲା…