ମୁଖ୍ୟ ଖବର ବିକୃତ ଧୋତି ପିନ୍ଧାକୁ ବିରୋଧ ପରେ ହଟିଲା ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି Angul OnlineApril 5, 2023April 5, 2023 ଅନୁଗୋଳ – ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବିକୃତ ପୋଷାକ ପିନ୍ଧାଇ ଦିଆଗଲା । ସବୁଆଡ଼ୁ ବିରୋଧ ହେଲା ପରେ ନଗରପାଳ ଭୁଲ ମାଗିଲେ । ରାତାରାତି ପ୍ୟାଣ୍ଟକୁ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା । ତଥାପି ଏହି ପ୍ରତିମୂର୍ତ୍ତିକୁ ନେଇ ବିବାଦ ଥମି ନଥିଲା । ନବବାବୁ ଆଣ୍ଠୁ ଲୁଚୁ ନ ଥିବା ଧୋତି ପିନ୍ଧୁଥିଲା ବେଳେ ଏଠାରେ ତାଙ୍କୁ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦିଆଯାଇଛି । ଓଡ଼ିଆମାନେ ଏମିତି ଧୋତି ପିନ୍ଧୁ ନ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇ ଥିଲେ ନବପ୍ରେମୀ । ଖୋଦ୍ ନବବାବୁଙ୍କ ଝିଅ କ୍ରିଷ୍ଣା ମହାନ୍ତି ଏହାକୁ ଅତି ଅଶୋଭନୀୟ କହିବା ସହ କାହିଁକି ପୌରପାଳିକା ନବବାବୁଙ୍କୁ ବାରମ୍ବାର ଅପାମାନିତ କରୁଛି ବୋଲି ପ୍ରଶ୍ନ କରିଥିଲେ । ଏତେ ବିରୋଧ ପରେ ଆଜି ପୌରପାଳିକା ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଗୋପବନ୍ଧୁ ପାର୍କର ଯେଉଁ ସ୍ଥାନରେ ଲାଗିଥିଲା ସେଠାରୁ ହଟାଇ ଦିଆ ଯାଇଛି । ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ସଠିକ ଭାବରେ କରିବା ପରେ ଲଗାଯିବ ବୋଲି ଜଣା ପଡିଥିବା ବେଳେ କେବେ ସୁଦ୍ଧା ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ସେ ନେଇ ପୌରପାଳିକା ପକ୍ଷରୁ ସୂଚନା ମିଳି ପାରି ନାହିଁ । Advertisement
ବଢି ପାଣିରେ ଭାସିଗଲେ ଛାତ୍ରୀ ଅନୁଗୁଳ – ଲଗାଣ ବର୍ଷା ରେ ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି । ଅଧିକାଂଶ ନଦୀ ନାଳରେ ବଢି ପାଣି…
ବାଣ୍ଟିଲେ ଉଜ୍ୱଳା ଗ୍ଯାସ – ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗ ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ଆଚରଣବିଧି ସମୟରେ ସରକାରୀ ସହାୟତା କିମ୍ବା କୌଣସି ଯୋଜନା କାର୍ଯ୍ୟକାରୀ…
୧ ତାରିଖରୁ ଚାଲିବ ମେମୁ ଟ୍ରେନ୍ – ଏସ୍.ୟୁ.ସି.ଆଇ ଦାବି ଆଗରେ ନଇଁଲା ରେଳ ବିଭାଗ ଅନୁଗୁଳ – ୧ ଜାନୁୟାରୀ ୨୦୨୨ ଠାରୁ ଅନୁଗୁଳ-ପୁରୀ ମେମୁ ଟ୍ରେନ ଅନୁଗୁଳରୁ ଚଳାଚଳ କରିବ । ସପ୍ତାହକୁ ତିନି ଦିନ ଦୁଇ ସପ୍ତାହ ଚାଲିବା ପରେ…