ଅପରାଧ ଚୋରି ମୋଟର ଉଦ୍ଧାର – ଧରା ପଡିଲେ ୫ ଜଣିଆ ଗ୍ୟାଙ୍ଗ Angul OnlineMarch 3, 2022March 3, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ମଞ୍ଜରି ଏଣ୍ଟରପ୍ରାଇଜେସରୁ ଗତ ୨୪ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ପାଣି ପମ୍ପ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା । ତେବେ ଅନୁଗୁଳ ପୁଲିସ ଏହି ଚୋରିର ପର୍ଦାଫାସ କରିବା ସହ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟମାନେ ହେଲେ ଛେଣ୍ଡିପଦା ଥାନା କମ୍ପସଲା ଗାଁର ଜିତୁ ଦେହୁରି , କମ୍ପସଲା ଗାଁର ଚିନ୍ମୟ ଦେହୁରି , ନୂଆପଡା ଗାଁର ସନାତନ ପାଣିଗ୍ରାହୀ ଓ ବନ୍ତଳା ଥାନା ବଲଙ୍ଗ ଗାଁର ବାବୁଲା ସାହୁ । ସୂଚନା ଅନୁସାରେ ଜିତୁ ସେହି ଦୋକାନରେ ପୂର୍ବରୁ କାମ କରୁଥିବା ବେଳେ ଏମାନେ ମିଳିତ ଭାବେ ଯୋଜନା କରି ନକଲି ଚାବି ତିଆରି କରିଥିଲେ । ଆଉ ଯୋଜନା ଅନୁସାରେ ବୁଧବାର ରାତିରେ ଚୋରି କରି ଫେରାର ହୋଇ ଯାଇଥିଲେ । ତଦନ୍ତ କରି ପୁଲିସ ଘଟଣା ସମ୍ପର୍କରେ ଜାଣି ଏମାନଙ୍କୁ ଗିରଫ କରିଛି । ଆଉ ଚୋରି ହୋଇଥିବା ୧୧ ଟି ପାଣି ପମ୍ପ ସମେତ ଚୋରିରେ ବ୍ୟବହାର କରିଥିବା ଏକ ସ୍ଵିଫ୍ଟ ଡିଜାୟାର କାରକୁ ଜବତ କରିଛି । Advertisement
ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ୍ର ପୋସ୍କୋ କୋର୍ଟରେ ମଙ୍ଗଳବାର ଏକ ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ଅନୁଗୁଳ ଜିଲ୍ଲା ଖମାର…
୧୦ ଗ୍ରାମ ବ୍ରାଉନସୁଗାର ଜବତ ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଅନେକଦିନ ହେଲା ଅବକାରୀ ବିଭାଗ ନଜରରେ ଥିବା ଜଣେ ବ୍ରାଉନସୁଗାର ବେପାରିକୁ ଶେଷରେ…
ରସିକିଆ ଯୁବକଙ୍କୁ ନିର୍ଧୁମ ଛେଚିଲେ ମହିଳା ଓ ତାଙ୍କ ସମ୍ପର୍କୀୟ ଅନୁଗୁଳ – ରସିକିଆ ଯୁବକଙ୍କୁ ନିର୍ଧୁମ ଛେଚିଲେ ମହିଳା ଏବଂ ତାଙ୍କ ସମ୍ପର୍କୀୟ । ରଙ୍ଗ ନମ୍ବରରେ କଲ କରିବା ପରେ ମହିଳାଙ୍କୁ ବାରମ୍ବାର ଫୋନ କରି…