ଅପରାଧ ବିପୁଳ ପରିମାଣର ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଏସ.ଟି.ଏଫ Angul OnlineJune 12, 2023June 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଏସ.ଟି.ଏଫ. ଚଢ଼ାଉ କରି ୧୬୧ କେଜି ଗଞ୍ଜେଇ ଜବତ କରିବା ସହ ବେଆଇନ ଗଞ୍ଜେଇ ମହଜୁଦ ରଖିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଆଠମଲ୍ଲିକ ଚନ୍ଦ୍ରପୁର ଗାଁର ସଂକୀର୍ତ୍ତନ ଉର୍ମାଙ୍କ ପୁଅ ଶର୍ମିତ ଉର୍ମା , ମାଧପୁରର ସୁରେଶ ବେହେରାଙ୍କ ପୁଅ ରୋହିତ ବେହେରା ଓ ରାଉତପଡା ଗାଁର ଘନଶ୍ୟାମ ଦିପଙ୍କ ପୁଅ ସୁନୀଲ ଦିପ । ସୂଚନା ଅନୁସାରେ ଏଜି ତିନି ଜଣ ଆଠମଲ୍ଲିକ ଚନ୍ଦ୍ରପୁର ଠାରେ ଗଞ୍ଜେଇ ମହଜୁଦ ରଖିଥିବା ଏସ.ଟି.ଏଫ.କୁ ଖବର ମିଳିଥିଲା । ଆଉ ଏଥିପାଇଁ ଏସ.ଟି.ଏଫ. ଅନୁଗୋଳ ପୁଲିସ ସହାୟତାରେ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିବାକୁ ସକ୍ଷମ ହୋଇଥିଲା । ଆଠମଲ୍ଲିକ ଥାନାରେ କେସ ନମ୍ବର ୧୮୧ ରେ ଏକ ମାମଲା ରୁଜୁ କରାଯାଇ ଉପରୋକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । Advertisement
ମହିଳା ବ୍ଯବସୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ଅନୁଗୋଳ – ଅନୁଗୋଳ ସହରରେ ଲୁଟ୍ , ଛିନତାଇର ଆତଙ୍କ ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାର କେଉଁଠି ନା କେଉଁଠି ଏଭଳି…
ଚୋରା ବାଲି ଚାଲାଣ ଅଭିଯୋଗରେ ୫ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୁଲିସ ଶୁକ୍ରବାର ସକାଳେ ବାଲି ଚୋରା ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିବା ସହ ୫ଟି ଟ୍ରକ୍କୁ ଜବତ…
ସ୍କୁଲ ଛାତ୍ରୀଙ୍କୁ ବସ ହେଲପରଙ୍କ ମାଡ଼ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଫୁଲପଡାଠାରେ ଥିବା ଏକ ଘରୋଇ ସ୍କୁଲର ଛାତ୍ରୀଙ୍କୁ ସ୍କୁଲ ବସର ହେଲପର ମାଡ଼ ମାରିଥିବା ଅଭିଯୋଗ ହୋଇଛି ।…