ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଶୀତଲବିହାର , ତୁରଙ୍ଗ ଓ ଦୁର୍ଗାବିହାର ଭଳି ତିନୋଟି ଅଞ୍ଚଳରୁ ହୋଇଥିବା ଚୋରି ଘଟଣାର ପୁଲିସ ପର୍ଦାଫାସ କରିଛି । ଘଟଣାରେ ତିନି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଛେଳିଆପଡ଼ା ଗାଁର ଅଭିଷେକ ସାହୁ , ବଅଁରପାଳ ଥାନା ମହୀଧରପୁର ଅଞ୍ଚଳର ଦୀପେନ୍ଦ୍ର ବାରିକ ଏବଂ ଏନଟିପିସି ଥାନା ଗଦାଶିଳା ଗାଁର ଜିତେନ୍ଦ୍ର ଶିଗାରା । ସୂଚନା ଅନୁସାରେ ଜୁଲାଇ ମାସ ୭ ତାରିଖ ଓ ଅଗଷ୍ଟ ମାସ ୨୧ ଏବଂ ୨୩ ତାରିଖରେ ଶୀତଲବିହାର , ତୁରଙ୍ଗ ଓ ଦୁର୍ଗାବିହାର ଅଞ୍ଚଳରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ , ସବ୍ ଇନିସ୍ପେକ୍ଟର ଅବଦୁଲ୍ ୱାସିମ୍ ଖାଁ ନେତୃତ୍ବରେ ଘଟଣାର ତଦନ୍ତ କରିଥିଲା । ତଦନ୍ତ ବେଳେ ସବୁ ଚୋରିରେ ଗଦାଶିଳା ଗାଁର ଜିତେନ୍ଦ୍ର ସିଗାର ମୁଖ୍ୟ ଅପରାଧୀ ବୋଲି ଜାଣିବାକୁ ପାଇଥିଲା । ସେ ଏହି ସବୁ ସ୍ଥାନରୁ ଚୋରି କରିବା ପରେ ଅନୁଗୁଳ ମିଶ୍ରପଡ଼ାରେ ଗ୍ୟାସ୍ ଦୋକାନ ଦେଇଥିବା ମହୀଧରପୁର ଅଞ୍ଚଳର ଜିତେନ୍ଦ୍ର ବାରିକଙ୍କୁ କିଛି ସାମଗ୍ରୀ ଓ ଛେଳିଆପଡ଼ାର ଅଭିଷେକ ସାହୁଙ୍କୁ ଏକ ଲ୍ୟାପ୍ଟପ ବିକ୍ରି କରିଥିବା ଜଣା ପଡିଥିଲା । ଏହା ଜାଣିବା ପରେ ପୁଲିସ ଏହି ତିନି ଜଣଙ୍କ ଘରେ ଚଢ଼ାଉ କରି ୪ ଟି ଲ୍ୟାପ୍ଟପ୍ , ଗୋଟିଏ କ୍ୟାମେରା , ତିନୋଟି କମ୍ପୁଟର ମନିଟର , ବ୍ଲୁ-ଟୁଥ୍ ସ୍ପିକର , ୨୫ ଗ୍ରାମ୍ର ଏକ ସୁନାଚେନ୍ , ତିନୋଟି ସୁନା ମୁଦି ଓ ବ୍ୟାଟେରୀ ଜବତ କରିଥିଲା । ତଦନ୍ତରେ ସମସ୍ତ ଘଟଣା ଜଣା ପଡିବା ପରେ ଚୋରି ଓ ଚୋରି ଜିନିଷ କିଣିବା ଅଭିଯୋଗରେ ପୁଲିସ ଏହି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାରାଣ କରିଛି ।
What’s your Reaction?
+1
+1
1
+1
1
+1
2
+1
12
+1
1
+1
6