ସମସ୍ୟା ପୌରପାଳିକା କନିଷ୍ଠ ଯନ୍ତ୍ରୀଙ୍କ ଅଜବ ଯୁକ୍ତି – ଡ୍ରେନ ସ୍ଲାବ ଗାଡି ଚଢ଼ିବା ମନା Angul OnlineJanuary 13, 2024January 13, 2024 ଅନୁଗୁଳ – ଅନୁଗୁଳ ପୌରପାଳିକାର ବିଭିନ୍ନ ସ୍ଥାନରେ ଏବେ ଡ୍ରେନ ନିର୍ମାଣ ଚାଲିଛି । ଏହି କ୍ରମରେ ଅନୁଗୁଳ ୨୧ ନମ୍ବର ୱାର୍ଡରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସନ୍ତୋଷୀ ମା ମନ୍ଦିର ରାସ୍ତା ମଧ୍ୟ ପ୍ରାୟ ୮ ଲକ୍ଷରୁ ୯ ଲକ୍ଷ ଟଙ୍କା ଅଟକଳରେ ଡ୍ରେନ ନିର୍ମାଣ ହୋଇ ତା ଉପରେ ୪ ଇଞ୍ଚ ମୋଟାର ସ୍ଲାଵ ପକା ଯାଇଛି । ତେବେ ଠିକ ତାନିଷ୍କ ଜୁଏଲରୀ ସାମ୍ନାରେ ଆଜି ସକାଳେ ଏକ ଟ୍ରାକ୍ଟର ଯାଉଥିବା ବେଳେ ଅନ୍ୟ ଗାଡିକୁ ସାଇଡ ଦେବାକୁ ଯାଇ ଡ୍ରେନ ଉପରେ ଚଢାଇ ଯିବାକୁ ଚେଷ୍ଟା କରିଥିଲା । ତେବେ ଟ୍ରାକ୍ଟର ଚକ ସ୍ଲାଵ ଉପରେ ଚଢ଼ିବା ମାତ୍ରେ ସ୍ଲାଵ ଭାଙ୍ଗି ଯିବାରୁ ଟ୍ରାକ୍ଟର ଚକ ଡ୍ରେନ ଭିତରେ ଫସି ଯାଇଥିଲା । ଟ୍ରାକ୍ଟର ଚାଳକଙ୍କୁ ଏକ ଜେସିବି ସହାୟତାରେ ଟ୍ରାକ୍ଟରକୁ ଡ୍ରେନରୁ କାଢିବାକୁ ପଡିଥିଲା । ତେବେ ଟ୍ରାକ୍ଟର ଚକ ଚଢ଼ୁ ଚଢ଼ୁ ୪ ଇଞ୍ଚ ମୋଟାର ସ୍ଲାଵ ଭାଙ୍ଗିଯିବା ଘଟଣାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସ୍ଥାନୀୟ ବାସିନ୍ଦା । ଅତି ନିମ୍ନ କାମର କାମ ଯୋଗୁଁ ନିର୍ମାଣ କାର୍ଯ୍ୟ ଶେଷ ନ ହେଉଣୁ ଏଭଳି ଅବସ୍ଥା ଦେଖା ଦେଲାଣି । ଆଗକୁ କଣ ହେବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି । ଠିକାଦାର ବିଲ ପାଇବା ପରେ ଡ୍ରେନ ଭାଙ୍ଗିଲେ ମରାମତି କିଏ କରିବ ବୋଲି ପ୍ରଶ୍ନ ଉଠିଛି । ତେବେ ଏ ସମ୍ପର୍କରେ ପୌରପାଳିକାର କନିଷ୍ଠ ଯନ୍ତ୍ରୀଙ୍କୁ ପଚରା ଯିବାରୁ ସେ ଅଜବ ଯୁକ୍ତି ବାଢିଛନ୍ତି । ତାଙ୍କ କହିବା କଥା ଡ୍ରେନ ଉପରେ ପଡୁଥିବା ସ୍ଲାଵ କେବଳ ଲୋକ ଚାଲିବା ପାଇଁ । ଗାଡି ତା ଉପରେ ଯିବା ଆସିବା କରିବା ମନା । ଏଥିରେ ଗାଡି ଚଢିଲେ ଭାଙ୍ଗିଯିବ । ତେବେ କନିଷ୍ଠ ଯନ୍ତ୍ରୀଙ୍କ ଏଭଳି ଯୁକ୍ତି ଯଦି ଠିକ ତେବେ ଯେଉଁସବୁ ଘର ଏବଂ ଦୋକାନ ସମ୍ମୁଖରେ ଡ୍ରେନ ନିର୍ମାଣ ହେଉଛି ସେମାନଙ୍କ ଗାଡି କେଉଁ ରାସ୍ତାରେ ଯିବା ଆସିବା କରିବ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଠିଛି । Advertisement
ଜଙ୍ଗଲ ନିଆଁରେ ଜଳିଗଲା ୬ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଯଦୁପୁର ବିଟ ନିକଟରେ ଜଙ୍ଗଲ ଜଳୁଛି । ବିଗତ ଚାରି ଦିନ ହେଲା ଜଙ୍ଗଲ ନିଆଁ ଜଳୁଥିଲେ ହେଁ…
ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ପାରିପାର୍ଶ୍ଵିକ ଗ୍ରାମରେ ବୁଧବାର ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଇଛି । ଜଳକ୍ଳିଷ୍ଟ ପରିପାର୍ଶ୍ବିକ ଗ୍ରାମମାନଙ୍କରେ ପାନୀୟ ଜଳ…
ବିଦ୍ୟୁତ୍ ବିଭାଗର ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ ଅନୁଗୁଳ – ବିଦ୍ୟୁତ୍ ବିଭାଗର ( ପି ସି ଓ ଡି ଏଲ ) ବିଭିନ୍ନ ସେବାକୁ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ସହ ବିଭାଗକୁ ଅଧିକ ଶକ୍ତିଶାଳୀ…