ସମସ୍ୟା କ୍ଷତିଗ୍ରସ୍ତ ପ୍ରଜାଙ୍କର ଆନ୍ଦୋଳନ Angul OnlineFebruary 13, 2023February 13, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ପ୍ରଜାସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ରେଙ୍ଗାଳୀ ଜଳ ସେଚନ ପ୍ରକଳ୍ପର ଭୁ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ସମଲ ବ୍ୟାରେଜ ଦ୍ୱାରା କ୍ଷତିଗ୍ରସ୍ତ ୬ ଖଣ୍ଡ ଗ୍ରାମର ଥଇଥାନ ନିମନ୍ତେ ଆଗାମୀ ୧୭ ତାରିଖରେ ହେବାକୁ ଥିବା ବୈଠକ ପାଇଁ କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ କୌଣସି ପ୍ରତିନିଧିଙ୍କ ନାମ ନଥିବା ନେଇ ଅଭିଯୋଗ କରିଛି ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ପ୍ରଜାସଙ୍ଘ । କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ RRC ବୈଠକରେ ପ୍ରତିନିଧିତ୍ୱ କରିବାକୁ ଦିଆଗଲେ ସେମାନେ ସେମାନଙ୍କର ମୁଖ୍ୟ ସମସ୍ୟା ଗୁଡିକୁ ଉପସ୍ଥାପନା କରି ସମସ୍ୟାର ସମାଧାନ କରିପାରିବେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶତାଧିକ କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ତାଳଚେର ଠାରେ ଥିବା ରେଙ୍ଗାଳୀ ସ୍ଵତନ୍ତ୍ର ଭୁ ଅର୍ଜନ ପୁନର୍ବାସ ଓ ଥଇଥାନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଖୁବ ଶୀଘ୍ର ବାସଚ୍ୟୁତ ସଙ୍ଘର ପ୍ରତିନିଧିଙ୍କ ନାମକୁ କମିଟିରେ ଯୋଡ଼ା ନଗଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ସହ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛି ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ପ୍ରଜାସଙ୍ଘ । Advertisement
ଆର.ଟି.ଓ ନିଯୁକ୍ତି ଦାବୀ ଅନୁଗୁଳ – ଅନୁଗୁଳ ଗସ୍ତରେ ଥିବା ବାଣିଜ୍ୟ ଓ ପରିବହନ ସଚ୍ଚିବ ଶ୍ରୀମତୀ ଉଷା ପାଢ଼ୀଙ୍କୁ ଅନୁଗୁଳ ସଚେତନ ନାଗରିକ ମାନଙ୍କ ପକ୍ଷରୁ ଅନୁଗୁଳ ଆଞ୍ଚଳିକ ପରିବହନ…
ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ତାଲା ପକାଇବା ସହ…
ଅପନ୍ତରା ଅଞ୍ଚଳରେ ପଡିଲା ପ୍ରଶାସନର ପାଦ – ନିର୍ମାଣ ହେଲା ରାସ୍ତା ଅନୁଗୁଳ – ଅପନ୍ତରା ଅଞ୍ଚଳ ହୋଇଥିବାରୁ ଯେଉଁ ଗାଁକୁ ରାସ୍ତାଟିଏ ନଥିଲା ପ୍ରଶାସନର ପାଦ ପଡ଼ିବା ପରେ ତାହାକୁ ନିର୍ମାଣ କରାଯାଇଛି । ଫଳରେ ଯେଉଁ ଗାଁକୁ…