ଜାତୀୟ ରାଜପଥ ୫୫ ପାଇଁ ଗଣଧାରଣା

ଜାତୀୟ ରାଜପଥ ୫୫ ପାଇଁ ଗଣଧାରଣା

ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଦୀର୍ଘ ବର୍ଷ ହେଲା ରାସ୍ତାର ମରାମତି କରା ଯାଉ ନଥିବା ଯୋଗୁଁ ଏହି ରାଜପଥ ଉପରେ ନିର୍ଭର କରୁଥିବା ଲୋକ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ରାସ୍ତାରେ ଆଣ୍ଠୁଏ ଗଭୀରର ଖାଲ ସାଙ୍ଗକୁ ଧୂଳି ଉଡିବା ଯୋଗୁଁ ଅସ୍ତବ୍ୟସ୍ତ ଲାଗୁଛି । ସେହି ଅନୁପାତରେ ରାଜପଥରେ ଦୁର୍ଘଟଣା ଘଟି ଜୀବନ ମଧ୍ୟ ଯାଉଛି । ଯେତେ ଦାବି କଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ନିଦାବିଷ୍ଣୁ ସାଜିଛି । ସେପଟେ କେନ୍ଦ୍ର ସରକାର କେବଳ ପ୍ରତିଶୃତି ପରେ ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି । ଏହାର ପ୍ରତିବାଦରେ ଆଜିଠାରୁ ଅନୁଗୁଳର ସଚେତନ ନାଗରିକ ମାନେ ଏକାଠି ହୋଇଛନ୍ତି । ଆଜିଠାରୁ ଅନୁଗୁଳ ଷ୍ଟାଡିୟମ ସାମ୍ନା କୋର୍ଟ ନିକଟରେ ଗଣଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ରାଜପଥ ମରାମତି ହୋଇ ନାହିଁ କି ସେଭଳି ଠୋସ ପ୍ରତିଶ୍ରୁତି ମିଳି ନାହିଁ ସେ ପର୍ଯ୍ୟନ୍ତ ଏହି ଗଣ ଧାରଣା ଚାଲିବ ବୋଲି କହିଛନ୍ତି । ଏହି ଗଣଧାରଣାରେ ବିଭିନ୍ନ ଅନୁଷ୍ଠାନ , ସଂଗଠନ ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଛନ୍ତି । ଜାତୀୟ ରାଜପଥ ବ୍ୟତୀତ ଅନୁଗୁଳ ସହରରେ ଏକ ମେଡିକାଲ କଲେଜ ମଧ୍ୟ ଦାବି କରାଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply