ସମସ୍ୟା ଆମ ହସପିଟାଲ ଦାବିରେ ତହସିଲ ଅଫିସ ଘେରାଉ Angul OnlineMay 2, 2023May 2, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଛେଣ୍ଡିପଦା ଠାରେ ଏହି ହସପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ ୪୦ ଗାଁର ଲୋକ ଅଂଦୋଳନ ଆନ୍ଦୋଳନ ଚଳାଇଛନ୍ତି । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀର ସଦର ମହକୁମା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରାଯାଇଛି । ଛେଣ୍ଡିପଦା ହସପିଟାଲଟି ଏହି ନିର୍ବାଚନ ମଣ୍ଡଳୀର ସର୍ବ ପୁରାତନ CHC ଏବଂ ସଦର ମହକୁମାରେ ଅବସ୍ଥିତି ସତ୍ୱେ ଏଠାରେ ବ୍ୟତିକ୍ରମ ଦେଖାଦେଇ ଅନ୍ୟତ୍ର ଯୋଜନା ସ୍ଥାନାନ୍ତର କରାଯାଇଛି । ଛେଣ୍ଡିପଦା ଡାକ୍ତରଖାନା ଉପରେ ସର୍ବାଧିକ ଲୋକ ମଧ୍ୟ ନିର୍ଭରଶୀଳ ରୁହନ୍ତି । ଏଣୁ ପୂର୍ବ ନିର୍ଦ୍ଧାରିତ ଛେଣ୍ଡିପଦା ଡାକ୍ତରଖାନାକୁ ଆମ ଡାକ୍ତରଖାନା ଯୋଜନାରେ ସାମିଲ କରିବାକୁ ଦାବି କରା ଯାଇଛି । ତେବେ ଏହି ଦାବି ନେଇ ସୋମବାର ଶତାଧିକ ମହିଳା ଶୋଭାଯାତ୍ରାରେ ଆସି ତହସିଲ ଅଫିସ ଘେରାଉ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ମନଂକ ସହ ଧସ୍ତାଧସ୍ତି ପରିସ୍ଥିତି ମଧ୍ଯ ଉପୁଜିଥିଲା । Advertisement
ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ ସାନ୍ତରାପୁର ନୂଆସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆଜି ରାସ୍ତା ଅବରୋଧ…
ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ତାଲା ପକାଇବା ସହ…
ଜାତୀୟ ରାଜପଥ ଦୁରବସ୍ଥା – ଦୋଷ ଦେଇ ଅବଧି ବଢାଇଲେ ମନ୍ତ୍ରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ମୁଖ୍ୟତଃ ଜାତୀୟ ରାଜପଥ ୫୫ ର…