ମୁଖ୍ୟ ଖବର ବଢି ପାଣିରେ ଭାସିଗଲେ ଛାତ୍ରୀ Angul OnlineAugust 6, 2024August 6, 2024 ଅନୁଗୁଳ – ଲଗାଣ ବର୍ଷା ରେ ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି । ଅଧିକାଂଶ ନଦୀ ନାଳରେ ବଢି ପାଣି କୁଳ ଖାଉଛି । ଏଭଳି ଅବସ୍ଥାରେ ପାଠ ପଢିବାକୁ ଯାଇ ଘରକୁ ଫେରିବା ବାଟରେ ଜୋର ପାର ହେଉଥିବା ବେଳେ ଜୋରରେ ଭାସିଯାଇ ଜଣେ ଛାତ୍ରୀ ନିଖୋଜ ହୋଇ ଯାଇଛନ୍ତି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତ ସୁନାଭୁଇଁ ଗାଁ ନିକଟରେ ଘଟିଛି । ସୂଚନା ଅନୁସାରେ ସୁନାଭୁଇଁ ଗାଁର ପ୍ରୀତି ବେହେରା ନାମକ ଜଣେ ଛାତ୍ରୀ ସକାଳେ ବନ୍ତଳା ଅଞ୍ଚଳକୁ କମ୍ପ୍ୟୁଟର କ୍ଳାସ କରିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଗାଁ ମୁଣ୍ଡରେ ଥିବା ଜୋର ଉପରେ ପାଣି ଯାଉଥିଲା । ତଥାପି ସାହସ ବାନ୍ଧି ସେ ସାଇକେଲ ଧରି ଜୋର ପାର ହେଉଥିବା ବେଳେ ଗଭୀର ସ୍ରୋତରେ ଭାସି ଯାଇଥିଲେ । ଆଖପାଖରେ ଥିବା ଲୋକ କିଛି କରିବା ପୂର୍ବରୁ ସେ ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । Advertisement
ସୁରକ୍ଷାକର୍ମୀଙ୍କ ଗୁଳିରେ ଯୁବକ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏକଘରିଆ ଅଞ୍ଚଳରେ ଗୁଳି ମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣା ପଡ଼ିଛି । ଏକଘରିଆ ଠାରେ ବନ୍ଦ ହୋଇ…
ବ୍ୟାଙ୍କ ଭିତରୁ ଗ୍ରାହକଙ୍କ ଅଢେଇ ଲକ୍ଷ ଟଙ୍କା ଲୁଟି ନେଲା ଦୁର୍ବୃତ୍ତ ଅନୁଗୋଳ – ଅନୁଗୋଳ ଏସବିଆଇର ମୁଖ୍ୟ ଶାଖା ଭିତରୁ ଗ୍ରାହକଙ୍କ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଛି ଦୁର୍ବୃତ୍ତ । ସୂଚନା ଅନୁସାରେ ପୁରୀ ଅଞ୍ଚଳର ସ୍ନେହାଶିଷ…
ଅନୁଗୁଳରେ କାଳବୈଶାଖୀର ତାଣ୍ଡବ ଅନୁଗୁଳ – ଅନୁଗୁଳରେ କାଳବୈଶାଖୀ । ସାମାନ୍ୟ ବର୍ଷା ସାଙ୍ଗକୁ ଜୋରରେ ପବନ । ମାତ୍ର ଅଳ୍ପ ସମୟର ପବନରେ ଅନୁଗୁଳ ସହରରେ ବ୍ୟାପକ ଭଙ୍ଗାରୁଜା ହୋଇଛି…