ମୁଖ୍ୟ ଖବର ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର Angul OnlineOctober 20, 2022October 20, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନାର ଜରପଡା ଷ୍ଟେସନ ନିକଟରେ ରେଳ ଧାରଣାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ ଦେହ ଉଦ୍ଧାର । ମୃତ ଛାତ୍ର ଜଣଙ୍କ ହେଲେ ଜରପଡା ଗ୍ରାମର କୁମୁଦ ସାହୁଙ୍କ ପୁଅ ଲିକୁନ୍ ସାହୁ । ଲିକୁନ ଗାଁ ପାଖ ଦେଇ ଯାଇଥିବା ରେଳ ଧାରଣା ନିକଟରେ ଗାଁର କିଛି ସାଙ୍ଗ ସାଥୀଙ୍କ ସହ ସନ୍ଧ୍ୟା ବେଳେ ଛିଡା ହୋଇଥିଲେ । ପ୍ରାୟ ୭ ଟା ବେଳେ ଛିଡା ହୋଇଥିଲେ । ସେତିକିବେଳେ ଇଣ୍ଟରସିଟି ସେହି ଧାରଣା ଦେଇ ଯାଇଥିଲା । ଟ୍ରେନ ଯିବା ପରେ ଅନ୍ୟମାନେ ଲିକୁନକୁ ମୃତ ପଡିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକ ଓ ପୁଲିସ ପହଞ୍ଚିଥିଲା । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ କରୁଛି । ତେବେ ମୃତ୍ୟୁର କାରଣ ଜଣା ପଡି ନାହିଁ । Advertisement
ସୁନ୍ଦରଗଡ ଗଣହତ୍ୟା ଅଭିଯୁକ୍ତ ଅନୁଗୁଳରୁ ଗିରଫ ଅନୁଗୁଳ – ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସୁନ୍ଦରଗଡ଼ କରମଡ଼ିହିର ଯାଯାବର ବସ୍ତିର ଘଟଣା । କେଇ ମିନିଟ୍ ମଧ୍ଯରେ ଗଡି ଯାଇଥିଲା ୫ ମୁଣ୍ଡ…
ଡିକି ଭାଙ୍ଗି ଲୁଟ – ଲୁଟେରାଙ୍କୁ କାବୁ କରିବାକୁ ଯାଇ ଯୁବକ ଆହତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସମୁଖ ବଜାରରୁ ଦିନ ଦିପ୍ରହରେ ମୋଟରସାଇକେଲ ଡିକିରୁ ୩୮ ହଜାର୫୦୦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି…
ଗଞ୍ଜା ଲଢେଇ କରି ତିନି ଗିରଫ ଅନୁଗୁଳ – ଗଞ୍ଜା ଲଢେଇ ବେଳେ ପୁଲିସ ଚଢାଉ କରି ଗଞ୍ଜା ଓ ବୋଦା ଓ ବାଜିରେ ଲାଗିଥିବା ଟଙ୍କା ଜବତ କରିବା ସହ ତିନି ଜନଙ୍କଉ…