ରାଜପଥ ପାଇଁ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ – ମରାମତି ଓ ନୋ ଏଣ୍ଟ୍ରିର ମିଳିଲା ପ୍ରତିଶ୍ରୁତି

ରାଜପଥ ପାଇଁ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ – ମରାମତି ଓ ନୋ ଏଣ୍ଟ୍ରିର ମିଳିଲା ପ୍ରତିଶ୍ରୁତି

ଅନୁଗୁଳ – ସମୂହ ଭାବେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଜନ ଗଣ ମନ ଅଧିନାୟକ , ଭାରତ ଭାଗ୍ୟ ବିଧାତା ଗାନ କଲେ । ସେହି ଭାରତର ଭାଗ୍ୟବିଧାତା ସାଜିବାକୁ ଯାଉଥିବା ଛାତ୍ରଛାତ୍ରୀ ରାଜରାସ୍ତାରେ ବସି ଆନ୍ଦୋଳନ କରିଥିଲେ । ରାଜରାସ୍ତାରେ ୧୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବସି ଆନ୍ଦୋଳନ କଲେ । ଆଉ ସେହିଠାରେ ପ୍ରତି ୧୫ ମିନିଟ ବ୍ଯବଧାନରେ ସେମାନେ ଗାଇଥିଲେ ଜାତୀୟ ସଙ୍ଗୀତ । ନିଜ ସହପାଠୀଙ୍କ ମୃତ୍ୟୁ ପରେ ରାଜପଥ ମରାମତି ପାଇଁ ଦାବି କରି ଆନ୍ଦୋଳନ କରୁଥିବା ବେଳେ ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ  ସେମାନେ ଆନ୍ଦୋଳନ ଚଳାଇଥିଲେ । ଯାହା ଅନୁଗୁଳର ରାଜନେତା , ବୁଦ୍ଧିଯିବି , ସାଧାରଣ ଜନତା କରି ପାରି ନଥିଲେ ତାହା କୁନି କୁନି ଛାତ୍ରଛାତ୍ରୀ କରି ଦେଖାଇଦେଲେ । ସୂଚନା ଅନୁସାରେ ଗତକାଲି ଜାତୀୟ ରାଜପଥ ୫୫ରେ ଦୁର୍ଘଟଣାରେ ଜଣେ ସ୍କୁଲ ଫେରୁଥିବା ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମୃତ ଛାତ୍ରୀ ଜଣଙ୍କ ବନ୍ଦା ଗାଁର ହୋଇଥିବା ବେଳେ ସେ ପାଞ୍ଚଗଡ ବିଜୟ କୁମାର ସରକାରୀ ଉଚ୍ଚ ବିଦ୍ଯାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ପୂଜା ସ୍କୁଲ ଛୁଟି ପରେ ସାଇକେଲରେ ଘରକୁ ଫେରୁଥିବା ବେଳେ ବଅଁରପାଳ ହାଟ ନିକଟରେ ଏକ ଟ୍ରଲର ଚାପାରେ ତାଙ୍କର ମୃତ୍ଯୁ ହୋଇଥିଲା । ଏଥିପାଇଁ ଆଜି(ଶୁକ୍ରବାର) ସକାଳ ୧୦ ରୁ ରାଜପଥ ଅବରୋଧ କରିଥିଲେ ଛାତ୍ରଛାତ୍ରୀ । ରାଜପଥର ଅବସ୍ଥା ଶୋଚନୀୟ ଯୋଗୁଁ ତାଙ୍କ ଜଣେ ସହପାଠୀଙ୍କ ମୃତ୍ୟୁ ହେଲା । ପ୍ରତ୍ୟେକ ଦିନ ଏହି ରାଜପଥରେ ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି । ଆଉ କେତେ ଜୀବନ ଗଲେ ଜାତୀୟ ରାଜପଥ ବିଭାଗ , ପ୍ରଶାସନ , ନେତା ମାନଙ୍କରର ଚେତା ପଶିବ ଆଉ ରାଜପଥ ମରାମତି ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ରାଜପଥ ମରାମତିର ଲିଖିତ ପ୍ରତିଶ୍ରୁତି ମିଳିଲେ ଆନ୍ଦୋଳନରୁ ହଟିବେ ବୋଲି ସେମାନେ ଚେତାବନୀ ଦେଇ ରାତି ପ୍ରାୟ ୧୦ ଟା ଯାଏ ଆନ୍ଦୋଳନରେ ବସିଥିଲେ । ଏହି ଆନ୍ଦୋଳନ ସମୟରେ ସେମାନେ ଉପ-ବାଚସ୍ପତି , ଜିଲ୍ଲାପାଳ ଓ ଅନୁଗୁଳର ସମସ୍ତ ନେତାଙ୍କ ବିରୁଦ୍ଧରେ ନାରାବାଜି ମଧ୍ଯ କରିଥିଲେ । କୋମଳମତି ଶିଶୁ ହେଲେ ମଧ୍ଯ ରାଜପଥ ମରାମତି ଦାବିକୁ ଉପଲବଧି କରି ସେମାନେ ସେହିଠାରେ ବସି ରହି ଲିଖିତ ପ୍ରତୁଶ୍ରୁତି ନ ପାଇଲା ଯାଏ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ପ୍ରଶାସନ ପକ୍ଷରୁ ଯେତେ ବୁଝାଇଲେ ମଧ୍ଯ କେହି ବୁଝି ନଥିଲେ । ରାତି ପ୍ରାୟ ୧୦ ଟା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ପହଂଚି ଆସନ୍ତା କାଲିଠାରୁ ଜାତୀୟ ରାଜପଥ ୫୫ ମରାମତି ହେବା ସହ ନୋ ଏଣ୍ଟ୍ରି ନିୟମ ଲାଗୁ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆନ୍ଦୋଳନ ପ୍ରତ୍ଯାହୃତ ହୋଇଥିଲା । ତେବେ ଏହି ଘଟଣା ପରେ ନେତା ଫେଲ ଛାତ୍ରଛାତ୍ରୀ ପାସ ବୋଲି ଚର୍ଚ୍ଚା ହେଉଛି । ଗତ କିଛିଦିନ ତଳେ ଜିଲ୍ଲା ବିଜେଡି ପକ୍ଷରୁ ଜାତୀୟ ରାଜପଥକୁ ନେଇ ଦୁଇ ଘଣ୍ଟିଆ ଆନ୍ଦୋଳନ କରା ଯାଇଥିଲା । ପୂର୍ବରୁ ମଧ୍ଯ ଅନେକ ଦାବୀ ଓ ଆନ୍ଦୋଳନ ହୋଇଛି । ଯାହା କିଛି ଫଳପ୍ରଦ ହୋଇ ନଥିବା ବେଳେ ଆଜି ଛାତ୍ରଛାତ୍ରୀ ମାନେ ଦୁଇ ଦୁଇଟି ରାଜପଥକୁ ପ୍ରାୟ ୧୨ ଘଣ୍ଟା ଅବରୋଧ କରି ରଖିଥିଲେ ।  ଆଉ ପ୍ରଶାସନ କାମ କରିବାକୁ ପ୍ରତିଶ୍ରୁତି ଦେଇଛି । ଯାହାକୁ ନେଇ ଏହି ପାସ ଫେଲ ଚର୍ଚ୍ଚା ହେଉଛି ।

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Leave a Reply