ଅନୁଗୁଳ – ଅନୁଗୁଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ସମେତ ଅନୁଗୁଳ ଓ ପାଲଲହଡା ଉପ-ଜିଲ୍ଲାପାଳଙ୍କ ବଦଳି ହୋଇଛି । ସାଧାରଣ ଆଡମିନିଷ୍ଟ୍ରେସନ୍ ଏବଂ ପବ୍ଲିକ୍ ଗ୍ରିଭାନ୍ସ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଥିବା ବେଳେ ତାଙ୍କୁ ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ଵ ମିଳିଛି । ତାଙ୍କ ସ୍ଥାନରେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଉପ-ଜିଲ୍ଲାପାଳ ଥିବା ଦେବଦତ୍ତ ମହନ୍ତଙ୍କୁ ଅନୁଗୁଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭାବେ ବଦଳି କରା ଯାଇଛି । ସେହିଭଳି ଅନୁଗୁଳ ଉପ-ଜିଲ୍ଲାପାଳ ବରେଣେନ୍ଦୂ ମହାନ୍ତିଙ୍କ ବଦଳି ହୋଇଛି । ତାଙ୍କୁ ବାଲେଶ୍ଵର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ନେବାକୁ ଚିଠିରେ ନିର୍ଦେଶ ଥିବା ବେଳେ ତାଙ୍କ ସ୍ଥାନରେ ପୁରୀ-କୋଣାର୍କ ଡେଭେଲପମେଣ୍ଟ ଅଥରିଟି ଥିବା ମାୟାଧର ବେହେରାଙ୍କୁ ଅନୁଗୁଳ ଉପ-ଜିଲ୍ଲାପାଳ ଭାବେ ବଦଳି କରା ଯାଇଛି ।
ଏହା ସହ ପାଲଲହଡା ଉପ-ଜିଲାପାଳ ସୁଶାନ୍ତ କୁମାର ପତିଙ୍କର ଗଜପତି ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ଗଞ୍ଜାମ ଜିଲ୍ଲାରୁ ରବୀନ୍ଦ୍ର କୁମାର ପଟେଲଙ୍କୁ ପାଲଲହଡା ଉପ-ଜିଲ୍ଲାପାଳ ଭାବେ ବଦଳି ହୋଇଛି । ଏହା ସହ କିଶୋରନଗର ବିଡିଓ ଓ ଛେଣ୍ଡିପଦା ବିଡିଓଙ୍କର ମଧ୍ୟ ବଦଳି ହୋଇଛି ।