ଅନୁଗୁଳ – ଓଡିଶା ସାଇନିଂ ଆଇକନ ସିଜିନ-୩, ୨୦୨୧ ରେ ନିଜର ଫ୍ୟାସନର ଯାଦୁ ଦେଖାଇଛନ୍ତି ଅନୁଗୁଳ ଜିଲ୍ଲାର ପ୍ରତିଯୋଗି । ରାଉରକେଲା ଠାରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲାର ୫ ଜଣ ପ୍ରତିଯୋଗି ନିଜର ଶ୍ରେଷ୍ଠତା ପଦର୍ଶନ କରିଛନ୍ତି । ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ନିଜର ନିଜର ଫ୍ୟାସନ ପରିବେଷଣ କରି ପୁରସ୍କାର ଜିତିଛନ୍ତି । ରାଉରକେଲାରେ ଆୟୋଜିତ ଫ୍ୟାସନ ପ୍ରତିଯୋଗିତାର ପୁରୁଷ ବର୍ଗରେ ବେଷ୍ଟ ଟ୍ୟାଲେଣ୍ଟ ଆୱାର୍ଡ଼ର ସବ-ଟାଇଟେଲ ହାତେଇଛନ୍ତି ସୌମ୍ୟରଂଜନ ରାଉତ । ସେହିଭଳି ସର୍ବ କନିଷ୍ଠ ବିଭଗରେ ସେକେଣ୍ଡ ରନର୍ସ ଅଫ ହୋଇଛନ୍ତି ସାଇ ଲକ୍ସନ୍ୟା । ସେହିପରି ବରିଷ୍ଠ ବିଭାଗର ମହିଳା ବର୍ଗରେ ବେଷ୍ଟ ଆଉଟ ଫିଟରେ ପୁରସ୍କାର ଜିତିଛନ୍ତି ସୁଚିସ୍ମିତା ଜେନା । ସବ ଜୁନିୟର ବିଭାଗରେ ଅନ୍ୟତମ ବିଜେତା ଭାବେ କୁନିସ ବି ପଟ୍ଟନାୟକ ମିସ ବିୟୁଟି କୁଇନ ଅଫ ଓଡ଼ିଶାର ଟାଇଟେଲ ହାତେଇ ଥିବା ବେଳେ କୁନି ଝିଅ ସୃତି ଆରୋହି ଦାସ ସର୍ବ କନିଷ୍ଠ ବିଭଗରେ ୪ର୍ଥ ରନର୍ସ ଅଫ ହୋଇଛନ୍ତି । ସମସ୍ତେ ତାଙ୍କର ସଫଳତା ଶ୍ରେୟ ନିଜ ଅଭିଭାବକ ଓ ଗୁରୁ ମାନଙ୍କୁ ଦେଇଛନ୍ତି । ଓଡ଼ିଶା ସାଇନିଂ ଆଇକନ ସିଜିନ ଥ୍ରୀ ୨୦୨୧ରେ ରାଜ୍ୟ ତଥା ରାଜ୍ୟ ବାହାର ବହୁ ପ୍ରତିଯୋଗି ଭାଗ ନେଇଥିଲେ । ବିଭିନ୍ନ ପର୍ଯ୍ୟାୟରେରେ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା ।
What’s your Reaction?
+1
+1
+1
+1
+1
+1
+1