ସୁଦିପଙ୍କୁ ନଗର କଂଗ୍ରେସ ସଭାପତି ଦାୟିତ୍ଵ

ସୁଦିପଙ୍କୁ ନଗର କଂଗ୍ରେସ ସଭାପତି ଦାୟିତ୍ଵ

ଅନୁଗୁଳ – ଅନୁଗୁଳ ଜିଲ୍ଲାର ଉଦୀୟମାନ ଯୁବ ନେତା ସୁଦିପ୍ ମିଶ୍ର (ଲାଟା) ଙ୍କ ଗୁରୁତ୍ୱ କଂଗ୍ରେସ ଦଳରେ ବଢିବାକୁ ଲାଗିଛି । ସୁଦିପ୍ ପୁର୍ବରୁ ଛାତ୍ର ଓ ଯୁବ କଂଗ୍ରେସର ବହୁ ଗୁରୁତ୍ୱପୁର୍ଣ ଦାଇତ୍ୱ ନେଇଥିଲେ ଏବଂ ୨୦୧୮ ମସିହା ରେ ଅନୁଗୋଳ ଜିଲ୍ଲାର ଛାତ୍ର ନେତା ଭାବରେ ମଧ୍ୟ ଚୟନ ହୋଇଥିଲେ । ଗତ କିଛି ବର୍ଷ ହେବ ଲଗାତର ଭାବେ ସୁଦିପ୍ ଙ୍କୁ ଗୋଟିଏ ପରେ ଗୋଟିଏ ଦାୟିତ୍ଵ ମିଳିଆସୁଛି । ସାଂଗଠନିକ କ୍ଷମତା,କଠିନ ପରିଶ୍ରମ ଏବଂ ଦଳ ପ୍ରତି ସମର୍ପିତ ମନୋଭାବ ଯୋଗୁଁ ତାଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ଦାୟିତ୍ଵକୁ , ସେ ସୁଚାରୁ ରୁପେ ତୁଲାଇବାରେ ସଫଳ ହୋଇ ପାରିଛନ୍ତି । ସୁଦିପ୍ ନଗର କଂଗ୍ରେସର  କାର୍ଯ୍ୟକାରି ସଭାପତି ଥିବା ସମୟରେ ଅନୁଗୁଳ ଜିଲ୍ଲାର ରାଜରାସ୍ତାର ଅସୁବିଧା ପରି ଅନେକ ସମସ୍ୟାକୁ ନେଇ ଆମରଣ ଅନଶନରେ ମଧ୍ୟ ବସିଥିଲେ । ୧୯/୩/୨୧ ତାରିଖରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ ପଦ ପଦବୀ ପାଇଁ ନାମ ଘୋଷଣା ହୋଇଥିଲା । ଏଥିରେ ଅନୁଗୁଳ ନଗର କଂଗ୍ରେସର ସଭାପତି ଭାବେ ସୁଦିପ୍ ଙ୍କ ନାମ ଘୋଷଣା ପରେ କେବଳ କଂଗ୍ରେସ ଦଳୀୟ କର୍ମି ଓ ସମର୍ଥକ ନୁହେଁ ବରଂ ଅନୁଗୁଳ ସହରର ଯୁବପିଢୀଙ୍କ ମଧ୍ୟରେ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଦେଖିବାକୁ ଗଲେ ଲମ୍ବା ରାଜନ୍ୟୈତିକ ଜୀବନୀ ଭିତରେ ସୁଦିପ୍ ସାଧାରଣ ଯୁବକ ଯୁବତୀଙ୍କ ସମୁହ ସ୍ଵାର୍ଥ ପାଇଁ ଲଢେଇ କରୁଥିବା ଜଣେ ଲଢୁଆ ଯୁବ ନେତାର ପରିଚୟ ସୃଷ୍ଟି କରିପାରିଛନ୍ତି । ଅନୁଗୁଳ ନଗର କଂଗ୍ରେସର ସଭାପତି ଦାଇତ୍ୱ ମିଳିବା ପରେ ସୁଦୀପ ବେଶ ଉତ୍ସାହିତ ଥିବା କହିଛନ୍ତି । ଅନୁଗୁଳ ର ସମୁହ ସ୍ଵାର୍ଥ ପାଇଁ ସାଲିସ ବିହୀନ ସଂଗ୍ରାମ ଜାରି ରହିବ ବୋଲି ସୁଦିପ୍ କହିବା ସହ ନୁଆଁ ଦାଇତ୍ୱ ପାଇଁ ପିସିସି ସଭାପତି ନିରଞ୍ଚନ ପଟ୍ଟନାୟକ,ପୁର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳ , ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply