ମୁଖ୍ୟ ଖବର ପ୍ରେମ ପାଇଁ ଆତ୍ମହତ୍ୟା – ଅଧା ରାସ୍ତାରେ ଛାଡିଗଲେ ସାଙ୍ଗସାଥି Angul OnlineFebruary 23, 2022February 23, 2022 ଅନୁଗୁଳ – ପ୍ରେମରେ ବିଫଳ ହୋଇ ଅନୁଗୁଳର ଆଉ ଜଣେ ଯୁବକ ପ୍ରାଣ ହରାଇଥିବା ଚର୍ଚ୍ଚା ହେଉଚ୍ଚି । ମୃତ ଯୁବକ ଜଣକ ଯୋରନ୍ଦା ଅଞ୍ଚଳର ଦୁଷ୍ମନ୍ତ ପ୍ରଧାନ ଓରଫ ପିଣ୍ଟୁ । ସେ ବ୍ରାହ୍ମଣୀଦେଇ ପଡ଼ାରେ ରହୁ ଥିବା ବେଳେ ଅନୁଗୁଳ ଡେଲି ମାର୍କେଟ ନିକଟରେ ପରିବା ବ୍ୟବସାୟ କରୁଥିଲେ । ଗତ କିଛି ମାସ ପୂର୍ବରୁ ସେ ଜଣେ ନାବାଳିକାକୁ ଭଲ ପାଇବା ସହ ତାକୁ ଘରୁ ନେଇ ପଳାଇ ଯାଇଥିଲେ । ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଲା ପରେ ପୁଲିସ ଉଭୟଙ୍କୁ କେଉଁଝରରୁ ଉଦ୍ଧାର କରିଥିଲା । ଦୁଷ୍ମନ୍ତ ଏ ଘଟଣାରେ କିଛି ଦିନ ସଜା କାଟି ଜାମିନରେ ମୁକୁଳି ଥିଲେ । ହେଲେ ନାବାଳିକାଙ୍କ ସହ ଆଉ ଯୋଗାଯୋଗ ହୋଇ ପାରି ନଥିଲା । ଦିନ ପରେ ଦିନ ବୀତି ଯାଇଥିଲେ ମଧ୍ୟ ସେ କୁଆଡେ ଝିଅକୁ ଭୁଲିପାରୁ ନଥିଲେ । ମଙ୍ଗଳବାର ରାତିରେ ସେ କେତେଜଣ ସାଙ୍ଗଙ୍କ ସହ ଖିଆ ପିଆ କରିବା ପରେ ହଠାତ ବିଷ ପିଇ ଦେଇଥିଲେ । ସାଙ୍ଗମାନେ ଦୁଷ୍ମନ୍ତଙ୍କୁ ବାଇକରେ ବସାଇ ଅନୁଗୁଳ ଡାକ୍ତରଖାନା ଆଣୁଥିଲେ । ହେଲେ ପୁଲିସ ଭୟରେ ସାଙ୍ଗମାନେ ଶାନ୍ତି ହୋଟେଲ୍ ନିକଟରେ ଦୁଷ୍ମନ୍ତଙ୍କୁ ଛାଡି ଦେଇ ପଳାଇଥିଲେ । ବିଳମ୍ବିତ ରାତିରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଦୁଷ୍ମନ୍ତକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିଲା । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଶବ ଵ୍ୟବଛେଦ କରି ତଦନ୍ତ ଜାରି ରଖିଛି । Advertisement
ଦିଲ୍ଲୀରେ ଖ୍ୟାତାନାମା ସାମ୍ବାଦିକ ଥିବା ଅନୁଗୁଳର ଶ୍ୟାମାନୁଜଙ୍କ ପରଲୋକ ଅନୁଗୁଳ – ଦିଲ୍ଲୀରେ ଦୀର୍ଘବର୍ଷ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗରେ ସାମ୍ବାଦିକତା କରୁଥିବା ଅନୁଗୁଳ ଗାନ୍ଧୀମାର୍ଗ ଅମଲାପଡା ବାସିନ୍ଦା ଶ୍ୟାମାନୁଜା ଦାସଙ୍କ ଗତ କାଲି ପରଲୋକ…
ଅନୁଗୋଳ ଜିଲ୍ଲା ପୁଲିସକୁ ବଡ଼ ସଫଳତା – ଜମନତାରାରୁ ଧରିଲା ସାଇବର ଠକ ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ…
ମୁଖ୍ୟ ଚିକିତ୍ସାଳୟ ଉପର ମହଲାରୁ ପଡି ରୋଗୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ଡେଇଁ ରୋଗୀ ମୃତ । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ପାରି ନାହିଁ…