ସୁନ୍ଦରଗଡ ଗଣହତ୍ୟା ଅଭିଯୁକ୍ତ ଅନୁଗୁଳରୁ ଗିରଫ

ସୁନ୍ଦରଗଡ ଗଣହତ୍ୟା ଅଭିଯୁକ୍ତ ଅନୁଗୁଳରୁ ଗିରଫ

ଅନୁଗୁଳ – ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସୁନ୍ଦରଗଡ଼ କରମଡ଼ିହିର ଯାଯାବର ବସ୍ତିର ଘଟଣା । କେଇ ମିନିଟ୍ ମଧ୍ଯରେ ଗଡି ଯାଇଥିଲା ୫ ମୁଣ୍ଡ । ମୃତକଙ୍କ ମଧ୍ୟରେ ୩ ମହିଳା ଓ ଦୁଇ ଜଣ ପୁରୁଷ ଥିଲେ । ଏହା ସହ ମାରଣାସ୍ତ୍ର ଚୋଟରେ ତିନି ଛୋଟ ପିଲାଙ୍କ ସମେତ ୪ ଜଣ ଗୁରୁତର ହୋଇଥିଲେ । ପରକୀୟାପ୍ରୀତି ଓ ଦୀର୍ଘ ବର୍ଷର ଶତ୍ରୁତାକୁ ନେଇ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ଲାଗି ରହିଥ‌ିବା ବିବାଦରୁ ସୁନ୍ଦରଗଡ଼ କରମଡ଼ିହିର ଯାଯାବର ବସ୍ତିରେ ମଙ୍ଗଳବାର ରାତିରେ ଏହି ଲୋମହର୍ଷଣ ହତ୍ୟାକାଣ୍ଡ ହୋଇଥିଲା । ଏଭଳି ଗଣହତ୍ୟା ହତ୍ୟାକାଣ୍ଡ ପରେ ହତ୍ୟାକାରୀଙ୍କୁ ଧରିବା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ପାଲଟି ଥିବାବେଳେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ଗଠନ କରାଯାଇଥିଲା । ଓଡ଼ିଶା-ଛତିଶଗତ, ଓଡ଼ିଶା- ଝାଡ଼ଖଣ୍ଡ ସୀମାକୁ ସିଲକୁ କରାଯାଇ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଥିବା ବେଳେ ଫୋନ କଲ ଟ୍ରାକିଂ କରାଯାଇଥିଲା । ତେବେ ଏହି ତଦନ୍ତ ବେଳେ ଅଭିଯୁକ୍ତମାନେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ଅଞ୍ଚଳରେ ଥିବା ଜଣା ପଡିଥିଲା । ଏହା ଜଣା ପଡିବା ପରେ ସୁନ୍ଦରଗଡ଼ ସଦର ପୁଲିସ ଅନୁଗୁଳ ଜିଲ୍ଲା ପୁଲିସ ପ୍ରଶାସନକୁ ଅବଗତ କରାଇ ଥିଲେ । ଆଉ ସୂଚନା ଅନୁସାରେ ବଅଁରପାଳ ପୁଲିସ ସଦଳବଳ ଆସି ଉକ୍ତ ୧୬ ଯାଯାବର ସଦସ୍ୟଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିବା ୬ ମହିଳା, ୪ ପୁରୁଷ, ୨ ନାବାଳକ ଓ ୪ ଶିଶୁଙ୍କୁ ଆଣି ଅଟକ ରଖିଥିଲେ । ପରେ ସେମାନଙ୍କୁ ସୁନ୍ଦରଗଡ ପୁଲିସ ସହାୟତାରେ ସୁନ୍ଦରଗଡ ନିଆ ଯାଇଥିବା ଜଣା ପଡିଛି ।

What’s your Reaction?
+1
0
+1
1
+1
2
+1
0
+1
6
+1
1
+1
1

Leave a Reply