ତାଳଚେର ମେଡିକାଲ କଲେଜ ପାଇଁ ଅଧିକ୍ଷକ ନିଯୁକ୍ତି ହେଲେ

ତାଳଚେର ମେଡିକାଲ କଲେଜ ପାଇଁ ଅଧିକ୍ଷକ ନିଯୁକ୍ତି ହେଲେ

ଅନୁଗୁଳ -(ଅନୁଗୁଳ ଅନଲାଇନ୍)-୧୨/୧୦- ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ମେଡିକାଲ ଖୋଲିବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଏକ ପ୍ରକାର ଘଟିଛି । ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ତାଳଚେର ମେଡିକାଲ କଲେଜ ପାଇଁ ଅଧିକ୍ଷକ ନିଯୁକ୍ତି ହୋଇଛନ୍ତି । ପତ୍ର ନମ୍ବର ୨୫୦୬୦ , ତା – ୧୨/୧୦/୨୩ ଅନୁଯାୟୀ କୋରାପୁଟ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଡାକ୍ତର ସୁଧର୍ମ ଚନ୍ଦ୍ର ପାତ୍ରଙ୍କୁ ପବିତ୍ର ମୋହନ ମେଡିକାଲ କଲେଜ ଏବଂ ଡାକ୍ତରଖାନା ପାଇଁ ଅଧିକ୍ଷକ ଭାବେ ନିଯୁକ୍ତି କରା ଯାଇଛି । ଏହି ନିଯୁକ୍ତି ପରେ ରାଜ୍ଯ ସରକାର ମେଡିକାଲ କଲେଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ସ୍ପଷ୍ଟ ହୋଇଛି । ସେହିଭଳି ଅନୁଗୁଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ସ୍ୱାସ୍ଥ୍ୟ ପ୍ରଶାସକ ପଦବୀ ଅନେକ ଦିନ ପରେ ପୁରଣ ହୋଇଛି । ଆଜି ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଚିଠି କରା ଯାଇ ଡାକ୍ତର ଗୌରି ଶଙ୍କର ବଳଙ୍କୁ ମୁଖ୍ଯ ଚିକିତ୍ସାଳୟ ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ଦିଆ ଯାଇଛି । ସେହିଭଳି ବାଲେଶ୍ୱର ଜିଲାରେ କାର୍ଯ୍ଯରତ ଡାକ୍ତର ପ୍ରାଭସ ଚନ୍ଦ୍ର ନାୟକଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଜନ ସ୍ଵାସ୍ଥ୍ୟକୁ ଓ ଭୁବନେଶ୍ୱରର ଡାକ୍ତର ଅନ୍ତର୍ଯ୍ଯାମୀ ମିଶ୍ରଙ୍କୁ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ଭାବେ ନିଯୁକ୍ତି କରା ଯାଇଛି ।

What’s your Reaction?
+1
3
+1
0
+1
0
+1
0
+1
9
+1
1
+1
3

Leave a Reply