ଭାକସିନ ସୁରକ୍ଷା ନିମନ୍ତେ କୋଶଳା ସିଏଚସିକୁ ଇନଭର୍ଟର ପ୍ରଦାନ

ଭାକସିନ ସୁରକ୍ଷା ନିମନ୍ତେ କୋଶଳା ସିଏଚସିକୁ ଇନଭର୍ଟର ପ୍ରଦାନ

ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ଏକ ଦାୟିତ୍ଵ ସଂପନ୍ନ ସହଯୋଗୀ ଭାବରେ ଜେଏସପି ଫାଉଣ୍ଡେସନ ପକ୍ଷରୁ କୋଶଳା ଗୋଷ୍ଠୀଗତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିମ୍ନ ଭୋଲ୍ଟ ଏବଂ ବିଦ୍ୟୁତ କାଟରୁ ଭାକସିନକୁ ସୁରକ୍ଷିତ ରଖିବା ନିମନ୍ତେ ଏକ ୫.୫ KVA ସହିତ ୪୮ ଭୋଲ୍ଟର ଇନଭର୍ଟର ଏବଂ ୨୩୦ ଏଏଚର ୪ ଗୋଟି ବ୍ୟାଟେରୀ ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା ଏବଂ ରୋଗୀ କଲ୍ୟାଣ ସମିତିର ଗଭରନିଙ୍ଗ ବଡି ସଦସ୍ୟଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଅଛି ଏହି ପଦକ୍ଷେପ ଦ୍ଵାରା ଆଇଏଲଆର ପଏଣ୍ଟରେ କୋଲ୍ଡ ଚେନ ବଜାୟ ରହିବା ସହିତ ଟୀକାକରଣ କାର୍ଯ୍ୟକ୍ରମ ଚାଲୁ ରହି ପାରିବ କୋଶଳା ଗୋଷ୍ଠୀଗତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଛେଣ୍ଡିପଦା ବିଧାୟକ ଜେଏସପି ଫାଉଣ୍ଡେସନକୁ ଧନ୍ୟବାଦ ଦେବା ସହ କହିଥିଲେଯେ, ଏହା ଦ୍ଵାରା କୋଶଳା ଗୋଷ୍ଠୀଗତ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଲ୍ଡ ଚେନ ବଜାୟ ରହିବା ସହ ଗ୍ରାମୀଣ ମହିଳା ଏବଂ ଶିଶୁମାନେ ବହୁଳ ଭାବେ ଉପକୃତ ହୋଇପାରିବେ” ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଦ୍ଵାରା ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରାଯିବା ସହିତ ସେମାନଙ୍କର ବହୁ ମୂଲ୍ୟ ଜୀବନ ମଧ୍ୟ ରକ୍ଷା କରାଯାଇ ପାରୁଅଛି ଗୋଷ୍ଠୀଗତ ସ୍ୱାସ୍ଥ୍ୟ ରକ୍ଷା ହେଉଛି ଜେଏସପି ଫାଉଣ୍ଡେସନର ମୌଳିକ ଉଦ୍ଦେଶ୍ୟ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ରକ୍ଷା ସହିତ ସେମାନଙ୍କର କୁପୋଷଣ ହ୍ରାସ, କିଶୋରୀ ବାଳିକାଙ୍କ ମଧ୍ୟରେ ଆନେମିଆ ନିୟନ୍ତ୍ରଣ ସାଙ୍ଗକୁ ଶିଶୁ ଏବଂ ମାତୃ ମୃତ୍ୟୁ ହାର ହ୍ରାସ ନିମନ୍ତେ ଜେଏସପି ଫାଉଣ୍ଡେସନ କାର୍ଯ୍ୟରତ ଏହି ଉପକରଣ ପ୍ରଦାନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି  ଭାକସିନକୁ ସୁରକ୍ଷିତ ରଖିବା ସହିତ ଛେଣ୍ଡିପଦାର ୫ଗୋଟି ଟୀକାକରଣ କେନ୍ଦ୍ରକୁ ଉତ୍ତମ ମାନର ଭାକସିନ ପ୍ରେରଣ କରିବା । ଛେଣ୍ଡିପଦା ବ୍ଲକର ଏହି  ୫ଗୋଟି ଟୀକାକରଣ କେନ୍ଦ୍ର ମାଧ୍ୟମରେ ୧୦୦୦ରୁ ଊର୍ଦ୍ଧ୍ଵ ଶିଶୁ ଏବଂ ଗର୍ଭବତୀ ମହିଳା ଲାଭାନ୍ଵିତ ହୋଇଥାନ୍ତି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
1

Leave a Reply