ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସରକାରୀ ଆଇଟିଆଇରେ ଜଣେ ଛାତ୍ରଙ୍କ ମୃତୁକୁ ନେଇ କିଛି ସମୟ ପାଇଁ ଆଇଟିଆଇ ପରିସରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ ରାତିରେ ଆଇଟିଆଇର ଇଲେକ୍ଟ୍ରିସିଆନ ଟ୍ରେଡ଼ର ଦ୍ବିତୀୟ ବର୍ଷର  ଛାତ୍ର ଭବାନୀ ଶଙ୍କର ବେହେରା ହଷ୍ଟେଲରେ ରାତ୍ର ଭୋଜନ ସାରି ଶୋଇବା ପରେ ହଠାତ ତାଙ୍କର ଦେହ ଖରାପ ହେବାରୁ ତାଙ୍କୁ ସାଙ୍ଗମାନେ ନିକଟସ୍ଥ ଚିକିତ୍ସାଳୟକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉରୁକୁଳା ଅଞ୍ଚଳର ବୋଲି ଜଣାପଡିଛି । ତେବେ ଆଇଟିଆଇ ପକ୍ଷରୁ ଛାତ୍ରଙ୍କ ଦେହ ଖରାପ ନେଇ କୌଣସି ସୂଚନା ଦିଆଯାଇନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି  । ଆଇଟିଆଇ କତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଭବାନୀଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏ ନେଇ ପରିବାର ପକ୍ଷରୁ  ତାଳଚେର ଥାନାରେ  ଏକ ଲିଖିତ ଅଭିଯୋଗ କରିବା ପରେ  ଘଟଣାସ୍ଥଳରେ ତାଳଚେର ପୁଲିସ ପହଁଚି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

 

What’s your Reaction?
+1
0
+1
0
+1
1
+1
0
+1
2
+1
0
+1
6

Leave a Reply