ମୁଖ୍ୟ ଖବର ତହସିଲ ଅଫିସର କନିଷ୍ଠ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ Angul OnlineApril 21, 2022April 21, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି ବିଶ୍ବାଳ ସାହି ନିକଟରେ ଏକ ଭଡ଼ା ଘରେ ରହୁଥିବା ତାଳଚେର ତହସିଲ ଅଫିସର କନିଷ୍ଠ କିରାଣି ପ୍ରଶାନ୍ତ ସାହୁଙ୍କ ଗୁରୁବାର ଭୋର୍ ସମୟରେ ଘର ତଳୁ ମୃତଦେହ ଉଦ୍ଧାର ହୋଇଛି । ଦୁଇ ମହଲା କୋଠା ଛାତରୁ ୩୦ ଫୁଟ ତଳକୁ ଖସି ପଡ଼ିବାରୁ ମୁଣ୍ଡରେ ଗୁରୁତର ଆଘାତ ଲାଗି ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ପ୍ରାୟ ଚାରି ମାସ ତଳେ ମା’ଙ୍କ ମୃତ୍ୟୁ ପରେ ପ୍ରଶାନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ଗତ କିଛିଦିନ ଧରି ସେ ମାନସିକ ଚାପଗ୍ରସ୍ତ ଥିଲେ । ମାନସିକ ଭାବେ ଭାଙ୍ଗିପଡି ଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ନା ଛାତ ଉପରୁ ଖସିପଡି ତାଙ୍କର ଏଭଳି ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣା ପଡିବ । ପ୍ରଶାନ୍ତଙ୍କ ଘର ଜରପଡା ଥାନା ଅନ୍ତର୍ଗତ ବିମଳବେଡା ଗ୍ରାମରେ । ସେ ଖଲାରୀ ବିଶ୍ବାଳ ସାହିରେ ଭଡା ଘରେ ରହୁଥିଲେ । ତାଙ୍କ ସହ ତାଙ୍କ ଶାଳକ , ଆଇ ଶାଶୁ , ପ୍ରଶାନ୍ତଙ୍କ ସ୍ତ୍ରୀ ଏବଂ ଦୁଇ ମାସର ଝିଅ ରହୁଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ରାଜସ୍ଵ ଅମଲା ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । Advertisement
ଟିଏଫଏଲ ପ୍ରକଳ୍ପ ନିର୍ମାଣ ପାଇଁ ଆନୁଷଙ୍ଗିକ ଯନ୍ତ୍ରାଂଶ ପହଞ୍ଚିଲା – ୨୦୨୪ ସୁଦ୍ଧା ହେବ କାର୍ଯ୍ୟକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଫର୍ଟିଲାଇଜର (ଟିଏଫଏଲ)କୁ ପ୍ରକଳ୍ପ ନିର୍ମାଣ ପାଇଁ ଆନୁଷଙ୍ଗିକ ଯନ୍ତ୍ରାଂଶ ଆସିବା ଆରମ୍ଭ କରିଛି । ଅନେକ ଦିନ ହେଲା ଏହାକୁ…
ଉପ ବାଚସ୍ପତିଙ୍କ ଗାଡ଼ିରେ ଜାତୀୟ ପତାକାକୁ ଅସମ୍ମାନ ଅନୁଗୁଳ – ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ ବାଚସ୍ପତି ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ବନ୍ତଳା ଅଭିମୁଖେ ଯାଉଥିବା ବେଳେ ପଞ୍ଚମହଲା ନିକଟରେ ତାଙ୍କ ଗାଡି…
କାଳୀ ପୂଜା ଭଷାଣି ବେଳେ ଗାଁ ଦାଣ୍ଡ ହେଲା ରକ୍ତ ରଞ୍ଜିତ – କଟୁରି ଚୋଟରେ ଯୁବକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାଙ୍ଗୁଡ଼ିଆ ଗ୍ରାମରେ ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ କଟୁରୀ ଚୋଟରେ ଜଣେ ଯୁବକର ମୃତ୍ୟୁ ହୋଇଛି ।…