ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ – ନିସ୍ତୁକ ମାଡ଼ ଯୋଗୁଁ ମୃତ୍ୟୁ ଅଭିଯୋଗ

ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଯୋଡ଼ା ଧରିଛି । କିଛି ଦିନ ତଳେ ସମ୍ପୃକ୍ତ ଯୁବକଙ୍କୁ କିଛି ବ୍ୟକ୍ତି ମିଶି ନିସ୍ତୁକ ମାଡ଼ ମାରିଥିଲେ । ଆଉ ଏହି ମାଡ଼ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ସାନଭାଇ ପୁରୁଣାକୋଟ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ପୁରୁଣାକୋଟ ଥାନା ଟାକରସିଙ୍ଗା ଗାଁର ଶ୍ରୀଧର ଦେହୁରୀଙ୍କ ଗତକାଲି (ବୁଧବାର) ସନ୍ଧ୍ୟା ୭ଟା ବେଳେ ହଠାତ ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁର କାରଣ ଜଣା ପଡି ନଥିଲେ ମଧ୍ୟ ମୃତକଙ୍କ ସାନଭାଇ ମୂଳିଆ ଦେହୁରୀ ତାଙ୍କ ଭାଇଙ୍କୁ କିଛି ଲୋକ ବାଡେଇ ବାଡେଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି ଗୁରୁବାର ସେ ପୁରୁଣାକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ତାଙ୍କ ଅଭିଯୋଗ ହେଲା ଯେ , ୮ଦିନ ପୂର୍ବରୁ ଟାକାରସିଙ୍ଗା ଗାଁରେ କିଛି ଲୋକ ଏକ ହରିଣ ଛୁଆ ପାଇ ଘରକୁ ଆଣିଥିଲେ । ଖବର ପାଇ ସେହି ଗାଁର ୫ ଜଣ ଯୁବକ ଆସି ହରିଣଛୁଆକୁ କାହିଁକି ରଖିଛ କହି ଜଣେ ବ୍ୟକ୍ତିଙ୍କୁ ବାଡ଼ାପିଟା କରିଥିଲେ । ଏହା ଦେଖି ଶ୍ରୀଧର ଉକ୍ତ ଯୁବକ ମାନଙ୍କୁ ବିରୋଧ କରିବା ସହ ସେମାନଙ୍କୁ ନ ବାଡେଇବା ପାଇଁ କହିଥିଲେ । ହେଲେ ଉକ୍ତ ଯୁବକମାନେ ଉତକ୍ଷିପ୍ତ ହୋଇ ଶ୍ରୀଧରଙ୍କୁ ଜଙ୍ଗଲ ଭିତରକୁକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ । ଏହା ପରେ ତାଙ୍କୁ ଛାଡି ଦେଇଥିଲେ ବୋଲି ସେ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ଘଟଣାର ଦୀର୍ଘ ୮ ଦିନ ବିତିଯିବା ପରେ ଗତ କାଲି ଶ୍ରୀଧରଙ୍କୁ ପୁଣି ଥରେ ଡାକି ପୁରୁଣା ରାଗ ସୁଝାଇବା ପାଇଁ ପ୍ରବଳ ମାଡ଼ ମାରିଥିଲେ । ଏବଂ ଅଧାମରା ଅବସ୍ଥାରେ ଏହି ଯୁବକ ମାନେ ଶ୍ରୀଧରଙ୍କୁ ତାଙ୍କ ଘର ପାଖେ ପକେଇ ଦେଇ ଚାଲି ଯାଇଥିଲେ ବୋଲି ମୃତକଙ୍କା ଭାଇ ଅଭିଯୋଗ କରିଛନ୍ତି । ସକାଳେ ଶ୍ରୀଧର ମରି ପଡିଥିବା ତାଙ୍କ ଘର ଲୋକ ଦେଖିବାକୁ ପାଇଥିଲେ । ପୁରୁଣାକୋଟ ଥାନାରେ ଅଭିଯୋଗ ପରେ ପୁଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ କେଶରୀ ଜୟପୁରିଆ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *