ମୁଖ୍ୟ ଖବର ଯୁବକଙ୍କ ସନ୍ଦେହ ଜନକ ମୃତ୍ୟ -୫ ଅଟକ Angul OnlineSeptember 9, 2021September 9, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳି ସ୍ଥିତ ରାଜୀବଭବନରେ ଜଣେ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ ହୋଇଛି । ମୃତ ଡ୍ରାଇଭର ଜଣକ ହେଲେ ଘଡ ଗ୍ରାମର ସଦାନନ୍ଦ ଦେହୁରୀଙ୍କ ପୁଅ ଦୀପକ ଦେହୁରୀ ବୋଲି ଜଣାପଡିଛି । ସୁଚନା ଅନୁସାରେ ଗତକାଲି (ବୁଧବାର) ରାତିରେ ସାପୋଇନାଳି ସ୍ଥିତ ରାଜୀବଭବନରେ ୬ଜଣ ଟ୍ରାକ୍ଟର ଡ୍ରାଇଭର ଭୋଜି କରୁଥିଲେ । ଭୋଜିକରି ଅନ୍ୟ ଡ୍ରାଇଭର ମାନେ ଚାଲିଯାଇଥିବା ବେଳେ ଦୀପକ କିନ୍ତୁ ଘରକୁ ନଯାଇ ସେଠାରେ ଶୋଇ ରହିଥିଲେ । ପରିବାର ଲୋକ ଘରକୁ ପୁଅ ଫେରିବାରେ ବିଳମ୍ବ ଦେଖି ଖୋଜିବା ବେଳେ ରାଜୀବଭବନରେ ତାଙ୍କର ମୃତ ଦେହ ପାଇଥିଲେ । ଏ ନେଇ ମୃତକ ଦୀପକଙ୍କ ବାପା ବାଗଡିଆ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାଶ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରିବା ସହିତ ରାତିରେ ଭୋଜି କରୁଥିବା ଯୁବକ ମାନଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ପୁଲିସ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି । ଏହା ହତ୍ୟା ନା ଅନ୍ୟ କୈାଣସି କାରଣ ରହିଛି ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ବାଗଡିଆ ଫାଣ୍ଡି ଅଧିକାରୀ ପ୍ରକାଶ କରିଛନ୍ତି । Advertisement
ଜମିହରାଙ୍କୁ ମିଳିନି କ୍ଷତିପୂରଣ – ତିନି ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦେଲେ ଉଚ୍ଚ ନ୍ୟାୟାଳୟ ଅନୁଗୋଳ – ଜଳ ସେଚନ ପ୍ରକଳ୍ପ ପାଇଁ ଜମି ହରାଇଲେ । ତେବେ ସେହି କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଏ ଯାଏଁ କ୍ଷତିପୂରଣ ମିଳିଲା ନାହିଁ ।…
ଅସହାୟ ବୃଦ୍ଧାଙ୍କୁ ମିଳିଲାନି ଚାରି କାନ୍ଧ – ଟ୍ରଲିରେ ବୋହି ସତ୍କାର କଲେ ସରପଞ୍ଚ ପାଲଲହଡା- ହଜିଗଲା ମାନବିକତା, ମିଳିଲାନି ଚାରି କାନ୍ଧ I ବାଧ୍ଯ ହୋଇ ସରପଞ୍ଚ ଟ୍ରଲିରେ ବୋହି ନେଇ ଅସହାୟ ବୃଦ୍ଧାଙ୍କ ଶବକୁ ସତ୍କାର କରିଥିଲେ I ଏମିତି…
ବ୍ରାହ୍ମଣଦେଇପଡାରୁ ଶିଶୁପୁତ୍ର ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ବ୍ରାହ୍ମଣଦେଇପଡାରୁ ଏକ ନବଜାତକ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ପଡାର ଏକ ପିଣ୍ଡିରେ କପଡ଼ାରେ ଗୁଡା ହୋଇ ଶିଶୁପୁତ୍ରଟି ପଡିଥିବା ବେଳେ…