ବାଣିଜ୍ୟ ୨୦ ତାରିଖରୁ ସ୍ୱଦେଶୀ ମେଳା Angul OnlineFebruary 17, 2023February 17, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ହାଇସ୍କୁଲ ପଡ଼ିଆ ଠାରେ ଆସନ୍ତା ୨୦ ତାରିଖରୁ ଆୟୋଜିତ ହେବ ସ୍ବଦେଶୀ ମେଳା । ଏ ନେଇ ଆଜି ଅନୁଗୋଳ ଷ୍ଟାଡିୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବିପଳନ ବିକାଶ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ସ୍ବଦେଶୀ ମେଳା ଭାରତୀୟ ବିପଳନ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଆସନ୍ତା ୨୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମନୋଜ କୁମାର ନାଏକ କହିଛନ୍ତି । ଏଥିରେ ଦେଶର ବିଭିନ୍ନ ସ୍ଥାନର ହସ୍ତତନ୍ତ ସହ ବିଭିନ୍ନ ଜିନିଷକୁ ନେଇ ମୋଟ ୧୦୦ ଟି ସ୍କୁଲ ହେବ । ସ୍ବଦେଶୀ ମେଳାରେ ଭାରତୀୟ ସାମଗ୍ରୀର ପ୍ରଚାର ପ୍ରସାର ହେବା ସହିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ମିଳିବ । ଏହି ମେଳାରେ ଘର କରଣା ଜିନିଷ , ଖାଦ୍ୟ ସାମଗ୍ରୀ , ବୈଦ୍ୟୁତିକ ସାମଗ୍ରୀ ବିକ୍ରି ହେବା ଫଳରେ କ୍ରେତା ମାନେ ନିଜ ମନ ପସନ୍ଦ ଜିନିଷ କିଣି ପାରିବେ । ବୈଠକରେ ଭାରତୀୟ ବିପଳନ ବିକାଶ କେନ୍ଦ୍ରର ସଂଯୋଜକ ବିଭୁ ପ୍ରସାଦ ପ୍ରଧାନ ଓ ଭାରତୀୟ ବିପଳନ ବିକାଶ କେନ୍ଦ୍ରର ସହ ସଂଯୋଜକ ପର୍ଶୁରାମ ଦାସ ଉପସ୍ଥିତ ଥିଲେ । Advertisement
ଜେଏସପିଏଲ – ଓଡିଶାର ସର୍ବାଧିକ ଜିଏସଟି ପ୍ରଦାନକାରୀ ସଂସ୍ଥା ଅନୁଗୁଳ – ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଓଡିଶା ରାଜ୍ୟର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେ ସର୍ବାଧିକ ଜିଏସଟି ପ୍ରଦାନକାରୀ…
ମୋବାଇଲ ବିକ୍ରେତାଙ୍କ ଅନଶନ ଅନୁଗୁଳ – ଚାଇନିଜ୍ ଅପୋ ବ୍ରାଣ୍ଡର ନୂତନ ମଡେଲ କେ ସିରିଜର ବିକ୍ରୟ କେବଳ ଅନଲାଇନ ବିଦେଶୀ ଇ-କମର୍ସ କମ୍ପାନୀ ମାଧ୍ୟମରେ ହେଉ ଥିବାରୁ ଆଜି ଅପୋ…
Honda Activa EV – ଫୁଲ୍ ଚାର୍ଜରେ ଚାଲିବ 102KM ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ଭାରତୀୟ ବଜାରରେ 2ଟି ଇଲେକ୍ଟ୍ରିକ୍ ସ୍କୁଟରର ଲଞ୍ଚ୍ ହୋଇଛି । କମ୍ପାନୀ ଏହି 2 ଇଲେକ୍ଟ୍ରିକ…