ମୁଖ୍ୟ ଖବର ତାଳଚେର ଏସ.ଡି.ପି.ଓ. ହେଲେ ଗଜପତି ଏସ.ପି. Angul OnlineDecember 19, 2022December 19, 2022 ଭୁବନେଶ୍ୱର – ଅନୁଗୁଳ ଜିଲ୍ଲା ତାଳଚେର ଏସ.ଡି.ପି.ଓ ଭାବେ କାର୍ଯ୍ୟରତ ସ୍ୱାଥି ଏସ କୁମାରଙ୍କୁ ଗଜପତି ଜିଲ୍ଲାର ପୋଲିସ ଅଧୀକ୍ଷକ ଭାବରେ ନିଯୁକ୍ତ କରା ଯାଇଛି । ସୋମବାର ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଅନୁଗୁଳ ଜିଲ୍ଲାର ତାଲଚେରରେ ସବ୍ ଡିଭିଜନାଲ ପୋଲିସ୍ (ଏସଡିପିଓ) ଭାବରେ କାର୍ଯ୍ୟ କରୁଥିବା ସ୍ୱାଥୀଙ୍କୁ ଗଜପତି ଏସପି ଭାବରେ ନିଯୁକ୍ତ କରାଯାଇଛି। ସେ ଜଣେ ୨୦୧୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ । ତାଳଚେର ଅଞ୍ଚଳରେ କାର୍ଯ୍ୟରତ ବେଳେ ସେ ଡକାୟତି , ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହେବା ସହ ବହୁଳ ପରିମାଣର କଫସିରପ ଜବତ କରିବାରେ ତାଙ୍କର ବେଶ ଭୂମିକା ଥିଲା । Advertisement
ଓପିଟିସିଏଲରେ ଚାକିରି ନାଁରେ ଠକେଇ – ୨ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରି…
୧୨ ଫୁଟ ଅହିରାଜ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଗଡତରାସ ଗ୍ରାମରୁ ଆଜି ଏକ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରା ଯାଇଛି । ଗଡତରାସ ଗ୍ରାମ ଶିବ…
ମହିଳାଙ୍କ ସହ ୪ ଚେନ ଲୁଟେରା ଗିରଫ ତାଳଚେର – ଅନୁଗୁଳ ତାଳଚେରର ଜନଗହଳିପୂର୍ଣ୍ଣ ସ୍ପଷ୍ଟ ଦିବାଲୋକରେ ପୁଲିସ୍କୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ସ୍ଥାନରୁ ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପିନେଇ ଆଖି ପିଛୁଳାକେ…