ସୋମବାର ତାଳଚେର ବନ୍ଦ

ତାଳଚେର – ଆସନ୍ତା କାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ । ଗଡିବ ନାହିଁ ଗାଡି ମୋଟର । ଏହା ସହ ପିକେଟିଂ କରି ଦୋକା ବଜାର ବନ୍ଦ ରଖିବାକୁ ଅନୁରୋଧ କରାଯିବ । ସୁଭଦ୍ରା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପରିବାରକୁ ନ୍ୟାୟ ଦାବିରେ ୧୦ ଦଫା ଦାବି ନେଇ ୧୨ ଘଣ୍ଟିଆ ତାଳଚେର ଉପଖଣ୍ଡ ବନ୍ଦ ଡାକରା ଦେଲେ ସୁଭଦ୍ରା ପଦିଲ୍ ନ୍ୟାୟ ମହାମଞ୍ଚ ।

ବହୁଚର୍ଚିତ ତାଳଚେର କଣିହାଁ ଅଞ୍ଚଳର ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା ପରେ ପୁଲିସର କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ଶେଷରେ ପୁଲିସ ଅଭିଯୁକ୍ତକୁ ସୁଦୂର ମହାରାଷ୍ଟ୍ରରୁ ଗିରଫ କରିଥିଲା । ହେଲେ ଏହା ସତ୍ବେ ମଧ୍ୟ ସମଗ୍ର ଜିଲ୍ଲାରେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ଏହା ସହ ଘଟଣାରେ ଅନ୍ୟ କିଛି ଅଭିଯୁକ୍ତ ସଂପୃକ୍ତ ଥିବା ବେଳେ ପୁଲିସ କେବଳ ଜଣକୁ ଗିରଫ କରିଛି ବୋଲି ସନ୍ଦେହ କରି ସିବିଆଇ ତଦନ୍ତ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ମହାମଞ୍ଚର କର୍ମକର୍ତ୍ତାଙ୍କ ଦାବି ଯେ ଜଣେ ଲୋକ ଗୋଟେ ଖୋଲା ଅଟୋ ରେ ଅପହରଣ କରିବ , ଦୁଷ୍କର୍ମ କରିବ ଏବଂ ହତ୍ୟା କରି ଫୋପାଡିଦେବ ଏହା ବିଶ୍ୱାସ ଯୋଗ୍ୟ ନୁହେଁ । ତେଣୁ ଏହାର ସିବିଆଇ ତଦନ୍ତ ଦାବି କରାଯାଇଛି । ପରେ ଯେଉଁ ରେଳବାଇ ଥାନା ଅଧିକାରୀ ତଦନ୍ତ କରିବା ପରିବର୍ତ୍ତେ ପରିବାର ଲୋକଙ୍କୁ ଏ ଥାନାରୁ ସେ ଥାନା ଦୌଡାଇ ଥିଲେ ଏବଂ ଦୁର୍ବ୍ୟବହାର କରିଥିଲେ , ସେ ଥାନା ଅଧିକାରୀଙ୍କ ଉପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଅପରାଧିକ ଚରାଭୁଇଁ ପାଲଟିଥିବା ତାଳଚେରରେ ପେଟ୍ରୋଲିଂ ମାତ୍ରା ବଢ଼ାଯାଉ , ତାଳଚେର ଷ୍ଟେସନରୁ ତାଳଚେର ରୋଡ ଷ୍ଟେସନ ରାସ୍ତା ରେ ବିଭିନ୍ନ ସ୍ଥାନରେ ଲାଇଟ୍ , ଏବଂ ରକ୍ଷଣାବେକ୍ଷଣ କରାଯାଉ ଇତ୍ୟାଦି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।

Advertisement

Leave a Reply

Your email address will not be published. Required fields are marked *