ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ନିର୍ବାହୀ ଅଧିକାରିଣୀ ରଶ୍ମି ରେଖା ଅମାନ୍ତଙ୍କର ବଦଳି ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ଚିଠି ଅନୁସାରେ ରଶ୍ମି ରେଖା ଅମାନ୍ତଙ୍କୁ ତାଳଚେରରୁ ବଦଳି କରା ଯାଇ ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେବାକୁ ନିର୍ଦେଶ ଦିଆ ଯାଇଛି । ତେବେ ବର୍ତ୍ତମାନ ତାଳଚେର ପୌରପାଳିକା ନିର୍ବାହୀ ଅଧିକାରୀ ଭାବେ କାହାକୁ ଦାୟିତ୍ୱ ଦିଆ ଯାଇ ନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ କୋଭିଡ ମହାମାରୀ ସମୟରେ ରଶ୍ମି ରେଖା ତାଳଚେର ପୌରପାଳିକାରେ ଯୋଗ ଦେଇ ବେଶ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ତେବେ ଗତ ପୌରପାଳିକାର ସ୍ୱାୟତ ଶାସନ ଦିବସରେ ବିଜେଡିର କାଉନସିଲର ମାନେ ଅନୁପସ୍ଥିତ ରହିବା ସହ ତାଙ୍କୁ ନିର୍ବାହୀ ଅଧିକାରିଣୀ ଅବହେଳା କରୁଥିବା କଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣା ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।
What’s your Reaction?
+1
2
+1
4
+1
+1
3
+1
10
+1
+1