ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ – ଦିଲ୍ଲୀପ ସଭାପତି , ଫିରୋଜ ସମ୍ପାଦକ

ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ – ଦିଲ୍ଲୀପ ସଭାପତି , ଫିରୋଜ ସମ୍ପାଦକ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ ବହୁ ବାଦବିବାଦ ପରେ ଶେଷରେ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । ଗତକାଲି(ଶନିବାର) ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଏହାର ଗଣତି ହୋଇ ଫଳାଫଳ  ପ୍ରକାଶ ପାଇଛି  । ଏଥର ତାଳଚେର ଟ୍ରକ ମାଲିକ ସଂଘର ସଭାପତି ଭାବେ  ଦିଲ୍ଳିପ ପାଣି ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଫିରୋଜ ପ୍ରଧାନ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ପ୍ରକାଶ ମହାରଣା , ଉପସଭାପତି ଭାବେ ନିରଞ୍ଜନ ପ୍ରଧାନ , ରଘୁବୀର ସାମଲ, ମହର୍ଗା ବେହେରା ନିର୍ବାଚିତ ହୋଇଛନ୍ତି । ସହ-ସମ୍ପାଦକ ଭାବେ ହୃଦୟ ଭୂତିଆ ମଦନମୋହନ ମହାପାତ୍ର , ଶୁକଦେବ ସାହୁ ବିଜୟୀ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ନଗେଶ ପଟ୍ଟନାୟକ , ସମୀକ୍ଷକ ଭାବେ ଜନାର୍ଦ୍ଦନା ମହାନ୍ତି ନିର୍ବାଚିତ ହୋଇଛନ୍ତି । ସେହିଭଳି ୧୦ଜଣ କାର୍ଯ୍ୟକାରୀ ସଦସ୍ୟ ମନୋନୀତ ହୋଇଛନ୍ତି । ଆଇନ ପରାମର୍ଶଦାତା ହରେକୃଷ୍ଣ ମହାପାତ୍ର , ଯଦୁମଣି ସାହୁ ନିର୍ବାଚନ ପରିଚାଳନା କରିଥିଲେ । ସର୍ବମୋଟ ୧୨୫୮ ଜଣ ସଭ୍ୟଙ୍କ ମଧ୍ୟରୁ ୮୬୩ ଜଣ ସଭ୍ୟ ଏହି ନିର୍ବାଚନରେ ଭାଗ ନେଇଥିଲେ ।

What’s your Reaction?
+1
1
+1
1
+1
0
+1
0
+1
8
+1
0
+1
0

Leave a Reply