ଆଞ୍ଚଳିକ ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ Angul OnlineOctober 18, 2023October 18, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ପକ୍ଷରୁ ଏକ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଅନୁଗୁଳ ସଭାଘର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଇଡି କଲେଜ ଅଧ୍ୟକ୍ଷ ପ୍ରଫେସର ଚୈତନ୍ଯ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଗୁଳ ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ , ଗୋବିନ୍ଦ ରାଜଗୁରୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିଥିଲେ । ଗାଁ ଗହଳି ହେଉ କିମ୍ବା ବସ୍ତି ଅଞ୍ଚଳ ହେଉ । ସବୁ ଜାଗାରେ କୌଣସି ନା କୌଣସି କ୍ଷେତ୍ରରେ କିଛି ଲୋକ ପାରଙ୍ଗମ ଅଛନ୍ତି । କିନ୍ତୁ ସେମାନଙ୍କ ପ୍ରତିଭା ଲୁଚି ଯାଉଛି । ସେମାନଙ୍କ ପ୍ରତିଭା ଲୋକ ଲୋଚନକୁ ଆସି ପାରୁ ନାହିଁ । ଶିକ୍ଷା , ସ୍ୱାସ୍ଥ୍ଯ , ଚିତ୍ରକଳା ସହ ଦଣ୍ଡ ନୃତ୍ୟରେ ହେଉ କି ପାଲା , ଏ ସବୁର ପ୍ରତିଭାଧାରୀ ବ୍ୟକ୍ତିତ୍ୱ ଗୋଟିଏ ଅଞ୍ଚଳରେ ସୀମିତ ହୋଇ ରହି ଯାଉଛନ୍ତି । ଏ ସମସ୍ତ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଏଭଳି କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ କରି ପ୍ରୋତ୍ସାହିତ କରିବାର ପ୍ରୟାସ କରିଛି ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ଅନୁଷ୍ଠାନର ଅଧ୍ୟକ୍ଷ ମହେଶ ଧଳ କହିଛନ୍ତି । Advertisement
ଅନୁଗୁଳ ମାଟି , ସଂଗ୍ରାମର ମାଟି – ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍ ପରିସରରେ କରୋନା କଟକଣା ମଧ୍ୟରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ…
ଦୁର୍ଘଟଣାରେ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆରୁ ଟାଙ୍ଗିରି ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଟାଙ୍ଗିରୀ ଗ୍ରାମ…
କେ.ଏସ୍. ସୁନ୍ଦରମ, ଏନଟିପିସି କଣିହାଁ ପ୍ରକଳ୍ପର ନୂତନ ମୁଖ୍ୟ ନିଯୁକ୍ତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ. ଶ୍ରୀନିବାସ ରାଓଙ୍କ ଅଗଷ୍ଟ ୧ ତାରିଖରେ ଅବସର ପରେ ଶ୍ରୀ କେ.ଏସ୍ ସୁନ୍ଦରମ, ସିଜିଏମ୍,…