ବାଣିଜ୍ୟ ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ସମବୟସ୍କ ଶିକ୍ଷଣୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅୟୋଜିତ Angul OnlineJuly 17, 2023July 17, 2023 ଢେଙ୍କାନାଳ – ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା (ରିଜନାଲ୍ ଇନିସିଏଟିଭ୍ ଫର୍ ସେଫ ସେକ୍ସୁଆଲ ହେଲ୍ଥ ବାଏ ଟୁଡେସ୍ ଆଡୋଲୋସେଣ୍ଟ) ପ୍ରକଳ୍ପ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡାପଡା ବ୍ଲକର 15ଟି ଗ୍ରାମରେ ବସବାସ କରୁଥିବା କିଶୋର-କିଶୋରୀଙ୍କ ପାଇଁ କାଶିଆଡିହି ପଞ୍ଚାୟତ କାର୍ଯ୍ୟାଳୟଠାରେ ଜୁଲାଇ 12 ରୁ 14 ପର୍ଯ୍ୟନ୍ତ ଏକ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରିସ୍ତା ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହୋଉଛି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢିଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ପ୍ରୋତ୍ସାହିତ କରିବା। ବଳରାମପୁର, ସିମିନାଇ, କାଶିଆଡିହି ଏବଂ ସଦାଶିବପୁର ପଞ୍ଚାୟତରୁ, 15 ରୁ 19 ବର୍ଷ ବୟସ୍କ 30 ଜଣ କିଶୋର-କିଶୋରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ଅଧିବେଶନ ପୂର୍ବରୁ ଯୁବ ଅଂଶଗ୍ରହଣକାରୀମାନଙ୍କ ଜ୍ଞାନକୁ ପରଖିବା ପାଇଁ ଏକ ପରୀକ୍ଷା ଆୟୋଜିତ କରାଯାଇଥିଲା । ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କିଶୋର ଅବସ୍ଥାର ପର୍ଯ୍ୟାୟ, ଋତୁସ୍ରାବ ଚକ୍ର ଏବଂ ଋତୁସ୍ରାବ ସ୍ୱଚ୍ଛତା, ପ୍ରଜନନ ପ୍ରଣାଳୀ ଏବଂ ଏହାର କାର୍ଯ୍ୟ, ପୋଷଣ, ଏଚଆଇଭି / ଏଡ୍ସ, ଆରଟିଆଇ, ଏସଟିଆଇ ଏବଂ ବିବାହ ବୟସ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ କିଶୋର-କିଶୋରୀମାନଙ୍କୁ ନିଜର ମତ ରଖିବା ପାଇଁ ଖୋଲା ମଞ୍ଚ ପ୍ରଦାନ କରାଯାଇଥିଲା ଏବଂ ଏବଂ ବିଭିନ୍ନ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କୁ ଅନେକ କଥା ଶିଖିବା ପାଇଁ ସୁଯୋଗ ମିଳିଥିଲା। ଆଗାମି ଦିନମାନଙ୍କରେ, ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଯୁବ ଅଂଶଗ୍ରଣକାରୀମାନେ ଗ୍ରାମର ଅନ୍ୟ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷଣର ବିଷୟବସ୍ତୁ ସମ୍ପର୍କରେ ସଚେତନ କରାଇବେ। ଟାଟା ଷ୍ଟିଲ ଫାଉଣ୍ଡେସନ, ରିସ୍ତା ପ୍ରକଳ୍ପର ବ୍ଲକ ଅଧିକାରୀ କବିତା ଧଳଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ସୁବାସ ବେହେରା, ଝରଣା ବେହେରା ଏବଂ ପ୍ରିୟଦର୍ଶିନୀ ବେହେରା ସେଠାରେ ଉପସ୍ଥିତ ରହି ପରିଚାଳନା କାର୍ଯ୍ୟରେ ତାଙ୍କୁ ସହଯୋଗ କରିଥିଲେ। ଜାମସେଦପୁରରୁ ଆସିଥିବା ଦୁଇ ଜଣ ଅଭିଜ୍ଞ ପ୍ରଶିକ୍ଷକ ମନୋସ୍ମିତା ମହାପାତ୍ର ଏବଂ ଗୋରାଚାନ୍ଦ ମହାତୋ କିଶୋର-କିଶୋରୀମାନଙ୍କୁ ପ୍ରଶିକ୍ଷିତ କରିଥିଲେ। ବର୍ଷ 2022-23ରେ ରିସ୍ତା ପ୍ରକଳ୍ପ ପାଖାପାଖି 750 ଜଣ ଯୁବକ-ଯୁବତୀଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକରେ ଥିବା ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସଏମ) କାରଖାନାର ଆଖପାଖ 150 ଟି ଗ୍ରାମରେ ଏହା ସଫଳତାର ସହ କାର୍ଯ୍ୟକାରୀ ହୋଇଛି। କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅଧୀନରେ ଟିଏସଏମର ସ୍ୱାସ୍ଥ୍ୟ ପଦକ୍ଷେପର ଏକ ଅଂଶ ଭାବରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। Advertisement
ଟ୍ରକ ମାଲିକ ସଂଘ ନିର୍ବାଚନ – ସଭାପତି ଭାବେ ଅମ୍ବିକା ଓ ଅକ୍ଷୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ଅନୁଗୁଳ- ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ବାଚନର ଫଳାଫଳ ଘୋଷଣା ହୋଇ ଯାଇଛି । ରବିବାର ଦିନ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କାର୍ଯ୍ୟାଳୟ…
ମହିନ୍ଦ୍ରା XUV 700 AX5 ସିଲେକ୍ଟ ର ବଜାର ପ୍ରବେଶ ଅନୁଗୁଳ – ମଙ୍ଗଳବାର Mahindra & Mahindra ର ଅଧୂକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରା ର ବହୁ ପ୍ରତିକ୍ଷିତ XUV 700 AX5…
ଜିନ୍ଦଲ ପାୱାରକୁ ଗାରେ ପାଲମା 4/1 ଖଣି ପାଇଁ ସଫଳ ବିଡର ଭାବରେ କୋଇଲା ମନ୍ତ୍ରଣାଳୟର ଘୋଷଣା ରାୟପୁର/ଭୁବନେଶ୍ୱର – ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ସହାୟକ କମ୍ପାନୀ ଜିନ୍ଦଲ ପାୱାର ଲିମିଟେଡ (ଜେପିଏଲ)କୁ କୋଇଲା…