ମୁଖ୍ୟ ଖବର ଠକେଇ ଅଭିଯୋଗରେ ତହସିଲ କାର୍ଯ୍ୟାଳୟର ଅସ୍ଥାୟୀ କର୍ମଚାରୀ ଗିରଫ Angul OnlineSeptember 2, 2022September 2, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଜମି ପଟା ଫାଡକୁ ନେଇ ପୁଣି ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ଘଟଣାରେ ତହସିଲ କାର୍ଯ୍ୟାଳୟର ଜଣେ ଅସ୍ଥାୟୀ କର୍ମଚାରୀ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି । ପୁଲିସ ସୂଚନା ଅନୁସାରେ ବାହାଳସାହି ଗ୍ରାମର ନରୋତ୍ତମ ଭୁତିଆ ଜମି ପଟା ଫାଡ କରିବା ପାଇଁ ତହସିଲ କାର୍ଯ୍ୟାଳୟରେ ଗତ ମେ ମାସରେ ଆବେଦନ କରିଥିଲେ । ତେବେ ଆବେଦନର ୨ ମାସ ବିତିଯାଇଥିଲେ କୈାଣସି କାର୍ଯ୍ୟ ନ ହେବାରୁ ଛେଣ୍ଡିପଦାର ବିଦ୍ୟାଧର ସେନାପତି ତାଙ୍କର ପଟା ଫାଡ କାର୍ଯ୍ୟ କରିଦେବେ ବୋଲି କହିଥିଲେ ।ଆଉ ଏହି ବାବଦକୁ ୩୦ହଜାର ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ତାଙ୍କ କହିବା ଅନୁଯାୟୀ ନରୋତ୍ତମ ଭୁତିଆଙ୍କ ପରିବାର ଲୋକ ମାନେ ୨୫ହଜାର ଟଙ୍କା ଦେଇଥିଲେ । କିନ୍ତୁ ୨ମାସ ବିତିଯାଇଥିଲେ ମଧ୍ୟ ପଟା ଫାଡ ନହେବାରୁ ପୁଣିଥରେ ବିଦ୍ୟାଧରଙ୍କୁ ଯୋଗାଯୋଗ କରିଥିଲେ । ବକେୟା ୫ ହଜାର ନଦେଲେ ତୁମ କାମ ହେବ ନାହିଁ କହିବା ସହିତ ନରୋତମ ତହସିଲ କାର୍ଯ୍ୟାଳୟରେ ପଟା ଫାଡ ପାଇଁ ଦେଇଥିବା କାଗଜ ପତ୍ରକୁ ଫେରାଇ ଦେଇଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏନେଇ ନରୋତମଙ୍କ ପରିବାର ଲୋକମାନେ ଅନୁଗୁଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ନରୋତମ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି । ଅଭିଯୋଗକୁ ଭିତିକରି ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା ଥାନା କେସ ନଂ-୪୨୧/୨୨ରେ ଦଫା ୪୧୯,୪୨୦,୩୮୪,୫୦୬,୩୪ ଆଇପିସି ଅନୁଯାୟୀ ମାମଲା ରୁଜୁ କରିବା ସହିତ ବିଦ୍ୟାଧର ସେନାପତି ଜମି ପଟାଫାଡ ପାଇଁ ନରୋତମକୁ ଫେରାଇଥିବା କାଗଜପତ୍ରକୁ ଜବତ କରିବା ସହିତ ବିଦ୍ୟାଧର ସେନାପତିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । Advertisement
ଖବର ପ୍ରକାଶନ ଯୋଗୁଁ ଡ଼ରିଗଲେ ସ୍ୱାସ୍ଥ୍ୟ ପ୍ରଶାସନ !! – ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀ କଲେ ଆକ୍ରମଣ ଅନୁଗୁଳ – ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ । ଆଜି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ କାୟାକଳ୍ପ ଟିମ୍ ପରିଦର୍ଶନରେ ଆସୁଛନ୍ତି ବୋଲି…
ଚୋରା ବାଲି ଚାଲାଣ ଉପରେ ପୁଲିସର ଚଢାଉ – ୧୩ ଜଣ ଗିରଫ , ୧୪ ଟ୍ରାକ୍ଟର ଓ ହାଇୱା ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଥିବା ଚୋରା ବାଲି ଚାଲାଣ ଉପରେ ରୋକ ଲଗାଇବାକୁ ଯାଇ କଠୋର ହୋଇଛି ପୁଲିସ ପ୍ରଶାସନ ।…
ବିବାହ ନାଁରେ ମହିଳାଙ୍କୁ ଠକେଇ । ରସିକିଆ ଧୂର୍ତ୍ତକୁ ବାନ୍ଧିଲା ପୁଲିସ ଅନୁଗୁଳ – ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ , ରସିକିଆ ଧୂର୍ତ୍ତ ବିରଞ୍ଜି ନାରାୟଣ ନାଥଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି ।…