ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ ବଲେରୋ ରାସ୍ତା ତଳକୁ ଖସି ଯାଇଥିବା ବେଳେ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ସୂଚନା ଅନୁସାରେ ବଲେରୋଟି ଛେଣ୍ଡିପଦାରୁ ଦେବଗଡ଼ ଅଭିମୁଖେ ଯାଉଥିବା ସରପାଳ ନିକଟରେ ତାର ଚକ ଫାଟିଯିବା ଫଳରେ ବିପରୀତ ଦିଗରୁ ଆସୁଥିବା ଏକ ମୋଟରସାଇକେଲକୁ ପ୍ରଥମେ ଧକ୍କା ଦେବା ପରେ ୧୫ ଫୁଟ୍ ରାସ୍ତା ତଳକୁ ଖସି ଯାଇଥିଲା । ଫଳରେ ମୋଟରସାଇକେଲରେ ଥିବା ୨ ଜଣ ଓ ବୋଲେରୋ ଗାଡିରେ ଥିବା ୮ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଆହତ ମାନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅନ୍ୟ ପକ୍ଷରେ ବଲେରୋଟି ରାସ୍ତାରୁ ତଳକୁ ଖସି ପଡିଥିବା ସୂଚନା ରହିଛି ।
What’s your Reaction?
+1
+1
+1
+1
+1
+1
+1