ମୁଖ୍ୟ ଖବର ଡାକ୍ତରଖାନାରେ ମୃତ ଯୁବକଙ୍କୁ ଜୀବିତ ଭାବି ଘଷା ମଜା – ପୁଲିସକୁ ହେବାକୁ ପଡିଲା ନାକେଦମ Angul OnlineOctober 18, 2021October 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି(ସୋମବାର) ଏକ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ଜଣେ ମୃତ ବ୍ୟକ୍ତିଙ୍କୁ ଜୀବିତ କହି ପରିବାର ଓ ସମ୍ପର୍କୀୟ ମାନେ ତେଲ ଘଷି ଚିକିତ୍ସା କରିବା ସହ ମୃତଦେହକୁ ନେଇ ପଳାଇ ଯିବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ପୁଲିସକୁ ନାକେଦମ ହେବାକୁ ପଡିଥିଲା । ଆଜି ଅପରାହ୍ନରେ ମୁଖ୍ୟ ଚିକିତ୍ସାଳୟରେର ବର୍ହି ବିଭାଗ ନିକଟରେ ଏଭଳି ଏକ ଡ୍ରାମା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଜି ଢେଙ୍କାନାଳ ଜିଲା ବାଲିମି ଥାନା ବଙ୍ଗିଡ଼ି ଗାଁର ଆଲୋକ ନାଏକ ନାମକ ଜଣେ ଯୁବକ ପୋଖରୀରୁ ପଦ୍ମ ଫୁଲ ତୋଳିବା ପାଇଁ ଯାଇଥିଲେ । ପଦ୍ମ ଫୁଲ ତୋଳିବା ବେଳେ ସେ ସେହି ପୋଖରୀ ପାଣିରେ ବୁଡି ଯାଇଥିଲେ । ତାକୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଡାକ୍ତରଙ୍କ କଥାକୁ ପରିବାର ଲୋକ ଭରସା କରି ନଥିଲେ । ପରିବାର ଲୋକେ ତାଙ୍କୁ ଜୀବିତ କହି ତାଙ୍କ ଦେହରେ ତେଲ ଲଗାଇବା ଆରମ୍ଭ କରିଥିଲେ । ତେଲେ ଘସି ତାଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିବା ସହ ମୃତଦେହକୁ ଡାକ୍ତରଖାନାରୁ ନେଇ ଯିବାକୁ ଚେଷ୍ଟା କରିଥିଲେ । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭୁଝା ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ହେଲେ ପରିବାର ଲୋକ ବୁଝିବାକୁ ନାରାଜ ହେବା ବେଳେ ପୁଲିସକୁ ନାକେଦାମ ହେବାକୁ ପଡିଥିଲା । ପ୍ରାୟ ଘଣ୍ଟାଏ ଧରି ଏଭଳି ଡ୍ରାମା ଚାଲିଥିବା ବେଳେ ଶେଷରେ ପୁଲିସର ବରିଷ୍ଠ ଅଧିକାରୀ ମାନେ ଆସି ବୁଝାସୁଝା କରିବା ସହ ପୁଲିସ୍ ଉପସ୍ଥିତିରେ ପୁଣି ଜଣେ ନୂଆ ଡାକ୍ତର ପରୀକ୍ଷା କରି ଆଲୋକକୁ ମୃତ ଘୋଷଣା କରିଥିଲେ । ଏହାପରେ ଉତ୍ତେଜନା କମିଥିଲା ଏବଂ ଶବ ବ୍ୟବଛେଦ ପାଇଁ ସଂରକ୍ଷିତ ରଖା ଯାଇଥିଲା । Advertisement
ମହିଳାଙ୍କୁ ପ୍ରେମ ନିବେଦନ କରିବାକୁ ଯାଇ ଫସିଗଲେ ପୁଲିସ ବାବୁ ଅନୁଗୁଳ – ଘରେ କେହି ନଥିବା ବେଳେ ତଦନ୍ତର ଆଳ ଦେଖାଇ ଘର ଭିତରକୁ ଯାଇ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ଶୁକ୍ରବାର ଜଣେ ପୁଲିସ…
କାରକୁ ଧକ୍କା ଦେଲା କାର , ଦୁର୍ଘଟଣାରେ ମା-ଝିଅ ମୃତ ଅନୁଗୁଳ – ଅନୁଗୁଳ ରୁ ଆଠଗଡ ଯାଇଥିବା ମୁଖ୍ୟ ରାସ୍ତାର ଖଣ୍ଡହତା ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ମା ଓ ଝିଅଙ୍କ ମୁତ୍ଯୁ ହୋଇଛି ।…
ଇକୋ ପାର୍କରେ ଉଦଘାଟନ ପରେ ଫଳକ ଭଙ୍ଗା – ପୁଲିସର ଛାନଭିନ ଅନୁଗୁଳ – ସ୍ବାଧୀନତା ଦିବସ ଅବସରରେ ଅନୁଗୁଳ ଇକୋ ପାର୍କରେ ମ୍ୟୁଜିକାଲ ଫାଉଣ୍ଟେନ ଉଦ୍ଘାଟିତ ହୋଇଥିଲା । ଏଥିପାଇଁ ଅତିଥିଙ୍କ ନାମ ଥାଇ ଏକ ଫଳକ…